ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା

4/02/2023 at 8:42 AM

ଭୁବନେଶ୍ୱର ୦୪/୦୨: ଆଜି ସରିବ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଅବଧି । ୪ଦିନିଆ ରିମାଣ୍ଡରେ ନେଇ ଗୋପାଳକୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପରିସରରେ ଥିବା ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ାରେ ଥିବା ହସ୍ତାକ୍ଷର ଗୋପାଳର ବୋଲି ଅଭିଯୁକ୍ତ ନିଜେ ସ୍ୱିକାର କରିଛି ।

କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ସେହି ଚିରା ଚିଠିର ରହସ୍ୟ ଖୋଲିଛି । ତଥାପି ଏହାକୁ ପ୍ରମାଣିତ କରିବାକୁ ଗୋପାଳ କ୍ୱାର୍ଟର୍ସରୁ ମିଳିଥିବା ଏକ ନାଲି ରଙ୍ଗର ଡାଏରୀରେ ଗୋପାଳର ହାତଲେଖାକୁ ଉଦ୍ଧାର କାଗଜ ଟୁକୁଡ଼ାର ଲେଖା ସହ ମିଳାଇବ କ୍ରାଇମବ୍ରାଞ୍ଚ ଟିମ୍ । ଭୁବନେଶ୍ବର ହ୍ୟାଣ୍ଡରାଇଟିଂ ବ୍ୟୁରୋରେ ଏହାକୁ ପରୀକ୍ଷା କରାଯିବ।

ଏକ ପ୍ରେସ ଇସ୍ତାହାର ଜାରି କରି ଏହାର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସକୁ ମାରାଥନ ଜେରା ସହ ଗତକାଲି ଗୋପାଳର ବ୍ରଜରାଜନଗର କ୍ବାର୍ଟର୍ସକୁ ଯାଇ ଛାନଭିନ୍ କରିଥିଲା କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ୍ ଟିମ୍ । ସେହିଭଳି ଗାନ୍ଧିଛକ ପାଣ୍ଡିକୁ ନେଇ ମଧ୍ୟ ତଦନ୍ତ କରିଥିଲା । ଯେହେତୁ ଏହି ଫାଣ୍ଡିରେ ଦୀର୍ଘ ଦିନ ଧରି ASI ଭାବେ ଡ୍ୟୁଟି କରି ଆସୁଥିଲେ ଗୋପାଳ ଦାସ ତେଣୁ କାଳେ ଥାନା ଭିତରେ କିଛି ସୁରାକ୍ ଲୁଚାଇଥିବେ ତାକୁ ନେଇ ଯାଞ୍ଚ କରାଯାଇଥିଲା ।

ଥାନାରେ ଗୋପାଳ ବସୁଥିବା ଟେବୁଲ ଡ୍ରୟାରରେ ଥିବା କାଗଜପତ୍ରଗୁଡ଼ିକୁ ମଧ୍ୟ ତନ୍ନ ତନ୍ନ କରି ଦେଖିଛି ତଦନ୍ତକାରୀ ଟିମ୍ । ଗୁଳିକାଣ୍ଡ ଦିନ ଘଟଣାସ୍ଥଳରୁ କିଛି ଦୂରରେ ଜବତ ହୋଇଥିବା ଗୋପାଳ ଦାସଙ୍କ ମୋଟର ସାଇକେଲକୁ ମଧ୍ୟ ଏହି ଫାଣ୍ଡିରେ ରଖାଯାଇଛି । ସେହିଭଳି ତଦନ୍ତରେ ସହଯୋଗ ପାଇଁ ଝାରସୁଗୁଡାରେ CFSL ର ୬ ଜଣିଆ ଟିମ୍ ମଧ୍ୟ ଡେରା ପକାଇଛନ୍ତି ।

   Related Posts