ଖବରକାଗଜରେ ନିଜ ଖବର ପଢ଼ି ହସିଲା ହତ୍ୟା ଅଭିଯୁକ୍ତ ଗୋପାଳ
8/02/2023 at 9:53 PM

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାରୀ ଗୋପାଳର ଆଶ୍ଚର୍ଯ୍ୟକର ଭାବଭଙ୍ଗୀ। ଖବରକାଗଜରେ ନିଜ କଲାକର୍ମର ଖବର ପଢ଼ି ହସିଲା ଗୋପାଳ। ମିଯାଜ ଥିଲା ପୂରା ବିନ୍ଦାସ। ଟିକିଏ ବି ଅନୁସୋଚନା ନାହିଁ ମନରେ।
ଗୋପାଳ ଦାସ ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ। ଆଜି ଗୋପାଳର ରିମାଣ୍ଡ ଅବଧି ତୃତୀୟ ଥର ପାଇଁ ବଢିବା ପରେ ତାକୁ ନାର୍କୋ ଟେଷ୍ଟ ଓ ପାଲିଗ୍ରାଫ ଟେଷ୍ଟ ସକାଶେ କଡା ସୁରକ୍ଷା ମଧ୍ୟରେ ଗୁଜୁରାଟ ଗାନ୍ଧିନଗର ନିଆଯାଇଛି।
ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ରାତି ୭ ଟା ୩୫ ମିନିଟରେ ଭାୟା କଲିକତା ହୋଇ ଗୋପାଳକୁ ନିଆଯାଇଛି। ଗାନ୍ଧୀନଗର ଯିବା ପାଇଁ କୋଲକାତା ବିମାନରେ ବସାଗଲା। ବିମାନରେ ଚଢିବା ପୂର୍ବରୁ ପ୍ରଥମେ ମୁଣ୍ଡିଆ ମାରିଲା ଓ ତାପରେ ବିମାନରେ ବସିଥିଲା ଗୋପାଳ।
ତେବେ ବିମାନରେ ଚଢ଼ିବା ପୂର୍ବରୁ ନିଜ ବିଷୟରେ ବାହାରିଥିବା ଖବରକୁ ପଢ଼ି ଗୋପାଳ ଯେମିତି ହସୁଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖବର ପଢ଼ିଲା ବେଳେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଗୋପାଳ କିଛି କହୁଥିବାର ମଧ୍ୟ ଦେଖିବାକୁ ମିଳୁଛି।
ସୂଚନା ଥାଉକି ଆଜି ଗୋପାଳ ଦାସର ରିମାଣ୍ଡ ଅବଧି ସରିବା ପରେ କ୍ରାଇମବ୍ରାଞ୍ଚ ଅଧିକ ୫ ଦିନ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରିଥିଲେ । ଜେଏମ୍ଏଫସି କୋର୍ଟ ଏହି ମାମଲାର ଶୁଣାଣି କରି ଗୋପାଳର ରିମାଣ୍ଡ ଅବଧି ଆଉ ୫ଦିନ ବଢ଼ାଇଛନ୍ତି। ଏଥିସହ ଗୋପାଳର ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି କୋର୍ଟ।