ମନ୍ତ୍ରୀ ନବ ଦାସଙ୍କୁ କେମିତି ମାରିଥିଲା ଗୁଳି ? ସାମ୍ନାକୁ ଆସିଲା ଗୋପାଳର ଫଟୋ
21/02/2023 at 8:26 AM

ଭୁବନେଶ୍ୱର ୨୧।୦୨ : ସାମ୍ନାକୁ ଆସିଲା ସତ । ମନ୍ତ୍ରୀ ନବ ଦାସଙ୍କୁ କିପରି ପଏଣ୍ଟ ଜିରୋରୁ ଗୁଳି ମାରିଥିଲା ଗୋପାଳ । ଏନେଇ ଏକ ଏକ୍ସକ୍ଲୁସିଭ୍ ଫଟୋ ନ୍ୟୁଜ୍ ସେଭେନ୍ ହାତରେ ଲାଗିଛି । ନବ ଦାସଙ୍କୁ ଗୋପାଳ ଦାସ ଗୁଳି ମାରୁଥିବାର ଏହି ଫଟୋ ହସ୍ତଗତ ହୋଇଛି । ଅତି ନିକଟରୁ ଗୋପାଳ ମନ୍ତ୍ରୀଙ୍କୁ ଗୁଳି ମାରୁଥିବା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଜାନୁଆରୀ ୨୯ ତାରିଖ ଦିନ ନବ ଦାସ କାରରୁ ଓହ୍ଲାଉଥିଲେ । ଏହି ସମୟରେ କାରର୍ ଡୋର୍ ପାଖରେ ହିଁ ଛିଡ଼ା ହୋଇଛନ୍ତି ଗୋପାଳ। ଏହା ପରେ ଦୁଇହାତରେ ବନ୍ଧୁକକୁ ଧରି ଗୁଳି ମାରୁଥିବାର ଜଣାପଡ଼ୁଛି । ଗୋପାଳ ବନ୍ଧୁକ ଧରିଥିବା ଜଣାପଡ଼ୁ ନଥିଲେ ମଧ୍ୟ ତାଙ୍କର ହାତ ପୋଜିସନ୍ରୁ ଗୁଳି ଚଳାଉଥିବା ଜଣାପଡ଼ୁଛି।
ଅପରପକ୍ଷେ ନବ ଦାସ ହତ୍ୟା ଘଟଣାକୁ ଇତିମଧ୍ୟରେ ୨୦ରୁ ଅଧିକ ଦିନ ବିତିଗଲାଣି । ହେଲେଣି ନବ ଦାସଙ୍କୁ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତିର ପରୀକ୍ଷା ବେଙ୍ଗାଳୁରୁରେ କରିବା ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ହୋଇଛି।
ବେଙ୍ଗଳୁରୁର NIMHANSରେ କରିବା ଗୋପାଳର ମାନସିକ ଅବସ୍ଥାର ପରୀକ୍ଷା ଲାଗି କ୍ରାଇମବ୍ରାଞ୍ଚ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା। ବେଙ୍ଗାଳୁରୁର NIMHANSରେ ମେଡ଼ିକାଲ ଟେଷ୍ଟ କରିବା ଲାଗି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ତେବେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେବା ସହିତ ଚୌଦ୍ବାର ଜେଲରେ କରିବା ପାଇଁ କୋର୍ଟ କହିଛନ୍ତି। ଯଦି ଆପତ୍ତି ଥାଏ ତେବେ ହାଇଅର ଫୋରମରେ ଆବେଦନ କରିବା ଲାଗି କୋର୍ଟ କହିଛନ୍ତି ।