କୋର୍ଟରେ ହାଜର ହେବ ନବଦାସ ଅଭିଯୁକ୍ତ, ନାର୍କୋ ଟେଷ୍ଟ ରିପୋର୍ଟ ଆସିବା ପରେ ହତ୍ୟା ଗୁମର ଖୋଲିବ କ୍ରାଇମବ୍ରାଞ୍ଚ
13/02/2023 at 8:12 AM

ଝାରସୁଗୁଡା ୧୩/୦୨: ଗୁଜରାଟର ଗାନ୍ଧୀନଗରରେ ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ କରାଗଲା ପରେ ତାକୁ ଝାରସୁଗୁଡ଼ା ଅଣାଯାଇଛି । ରବିବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ରାୟପୁରରୁ କାରରେ ଝାରସୁଗୁଡ଼ା ଅଣାଗଲା । ବିଳମ୍ବିତ ରାତି ପ୍ରାୟ ଦେଢଟା ସମୟରେ ଗୋପାଳକୁ ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଛି ।
ସୋମବାର ତାକୁ କୋର୍ଟ ରେ ହାଜର କରାଯିବ। ଅଭିଯୁକ୍ତ ଗୋପାଳ ଦାସର ଏହି ଦୁଇ ଟେଷ୍ଟରୁ କ’ଣ ମିଳିଛି ତଦନ୍ତକାରୀ ସଂସ୍ଥାକୁ ? ଅପେକ୍ଷା ରହିଛି ରିପୋର୍ଟକୁ । ରିପୋର୍ଟ ପାଇବା ପରେ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛି ତାର ଖୁଲାସା କରିବ କ୍ରାଇମବ୍ରାଞ୍ଚ । ନାର୍କୋ ଟେଷ୍ଟ ବେଳେ ସୋଡିୟମ ପେଣ୍ଟାଥୋଲର ପ୍ରୟୋଗ କରାଯାଇଛି ।
ଯେଉଁ ପଦ୍ଧତିରେ ନାର୍କୋ ଟେଷ୍ଟ ହୁଏ ସେଥିରେ ଅଭିଯୁକ୍ତ ମିଛ କହିବାର ସୁଯୋଗ ପ୍ରାୟତଃ ନଥାଏ । ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଯଦି ବିଚଳିତ କିମ୍ବା ତାର ମୁହଁରୁ ଝାଳ ବାହାରିବା ସହ ହୃଦସ୍ପନ୍ଦନ ତୀବ୍ର ହୁଏ ଏବଂ ଏହାପରେ ଉତ୍ତର ରଖେ ତେବେ ସତ ମିଛ ଧରା ମେସିନ ଦ୍ବାରା ବି ଧରାପଡିଯାଇଥାଏ ଗୋପାଳ ନାର୍କୋ ଟେଷ୍ଟରେ ସବୁ ସତ ବଖାଣିଥିବ ବୋଲି ଆଶା କରାଯାଉଛି ।