ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ମେଡିକାଲ ଟେଷ୍ଟ ପାଇଁ ହୋଇପାରେ ଶୁଣାଣି
1/03/2023 at 11:21 AM

ଝାରସୁଗୁଡା ୦୧/୦୩: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ଆଜି ହୋଇ ପାରେ ଶୁଣାଣୀ । ଗତ ୨୨ ତାରିଖରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ପ୍ରାର୍ଥନା କରିଥିଲା କ୍ରାଇମବ୍ରାଞ୍ଚ ।
ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନକୁ ଗତ ୨୭ ତାରିଖରେ ଗ୍ରହଣ କରି ଜିଲ୍ଲା ଦୌରାଜଜ ଆଜି ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରିଥିଲେ । ପୂର୍ବରୁ jmfc କୋର୍ଟ ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023