ମନ୍ତ୍ରୀ ନବ ଦାସ ହତ୍ୟାମାମଲା; ଅଭିଯୁକ୍ତ ଗୋପାଳଙ୍କ ଭାଇକୁ ଉଠାଇନେଲା କ୍ରାଇମ୍ବ୍ରାଞ୍ଚ
31/01/2023 at 5:30 PM

ଝାରସୁଗୁଡ଼ା ୩୧/୦୧: ନବଦାସଙ୍କ ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି। ସୂଚନାଥାଉକି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବଦାସଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ତାଙ୍କୁ ଅଭିଯୁକ୍ତ ଏଏସଆଇ ଜଣଙ୍କ ଜାଣିଶୁଣି ହତ୍ୟା କରିଛନ୍ତି ନା ଏହା ପଛରେ କାହାରି ହାତ ରହିଛି ତାର ଏବେ ତଦନ୍ତ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତଭା ଭାର ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।
ଏହି କ୍ରମରେ ଏଏସଆଇ ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତନାଘନା କ୍ରାଇମବ୍ରାଞ୍ଚ ଟିମ୍ ଚଳାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ା ବ୍ରଜରାଜନଗରରେ ଥିବା ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତଦନ୍ତ କରିଥିଲେ। ଏଡିଜିଙ୍କ ସହିତ ସ୍ଥାନୀୟ ପୋଲିସ ଟିମ୍ ତାଙ୍କୁ ତଦନ୍ତରେ ସହଯୋଗ କରିଥିଲେ। ଭାଇଙ୍କ ହୋଟେଲରେ ଅଭିଯୁକ୍ତ ଗୋପାଳ ବସାଉଠା କରୁଥିଲେ ବୋଲି ଜଣାପଡ଼ିଛି।