Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

କୋର୍ଟରେ ହାଜର ହେଲା ଗୋପାଳ, ୧୬୪ ଧାରାରେ ବୟାନ ରେକର୍ଡ

14/02/2023 at 11:59 AM

ଝାରସୁଗୁଡା ୧୪/୦୨: ପୁଣି କୋର୍ଟରେ ହାଜର ହୋଇଛି ନବ ଦାସ ହତ୍ୟାକାରୀ ଗୋପାଳ ଦାସ । କଡା ସୁରକ୍ଷା ମଧ୍ୟରେ ଗୋପାଳକୁ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଛି । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ crpc ୧୬୪ ଧାରାରେ ଗୋପାଳର ବୟାନ ରେକର୍ଡ କରାଯାଇଛି । ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ।

ସୂଚନା ଥାଉକି, ସୋମବାର କୋର୍ଟରେ ହାଜର ହେବା ପରେ ଜେଲ୍ ଗଲେ ଗୋପାଳ ଦାସ । ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଇଥିଲେ କ୍ରାଇମବ୍ରାଞ୍ଚ । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କରାଯାଇଥିଲା । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ।

ସୋମବାର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ସେପଟେ, ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଅଭିଯୁକ୍ତ ଗୋପାଳ ଦାସର ଏହି ଦୁଇ ଟେଷ୍ଟରୁ କ’ଣ ମିଳିଛି ତଦନ୍ତକାରୀ ସଂସ୍ଥାକୁ ? ଅପେକ୍ଷା ରହିଛି ରିପୋର୍ଟକୁ ।

   Related Posts