ନିଜକୁ ବିଜେପି ନେତା କହୁଥିବା ଶ୍ରୀକାନ୍ତ ତ୍ୟାଗୀର ରହିଛି ସପା ଲିଙ୍କ୍: ୫ ଗାଡି ଜବତ ସହ ୬ ଗିରଫ

Published By : Prameya-News7 Bureau | August 09, 2022 IST

ନୋଏଡ଼ା: ଆତ୍ମଘୋଷିତ ବିଜେପି ନେତାକୁ ଶ୍ରାକାନ୍ତ ତ୍ୟାଗୀକୁ ଗିରଫ କରିଛି ନୋଏଡ଼ା ପୁଲିସ୍। ନୋଏଡ଼ାରେ ଏକ ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ପୁଲିସ ତାକୁ ଗିରଫ କରିଛି। ତେବେ ଗିରଫ ପରେ ଶ୍ରାକାନ୍ତି ତ୍ୟାଗୀର ଲିଙ୍କ ବିଜେପି ସହ ନୁହେଁ ବରଂ  ସମାଜବାଦୀ ପାର୍ଟି ନେତାଙ୍କ ସହ ରହିଛି ବୋଲି ପୁଲିସ ସୂଚନା ଦେଇଛି।

ତାଙ୍କ ଗାଡ଼ିରେ ଲାଗିଥିବା ଭିଭିଆଇପି ଷ୍ଟିକର ତାଙ୍କୁ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦେଇଛନ୍ତି ବୋଲି ଶ୍ରୀକାନ୍ତି ପୁଲିସ ଆଗରେ କହିଥିବା ପୁଲିସ ସୂଚନା ଦେଇଛି। ଶ୍ରୀକାନ୍ତକୁ ଗିରଫ କରିବା ସହ ନୋଏଡା ପୁଲିସ ତାଙ୍କରୁ ଦୁଇଟି ଗାଡି ବି ଜବତ କରିଛି। ବିଜେପି ପତାକା ଥିବାଏକ ଏସ୍‌ୟୁଭି ଓ ଭିଭିଆଇ ବିଧାୟକ ଷ୍ଟିକର ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଧା ଶ୍ରୀକାନ୍ତର ୫ଟି ଗାଡ଼ିକୁ ଜବତ କରାଯାଇଛି।

ପୁଲିସର ସୂଚନା ଅନୁସାରେ ତ୍ୟାଗୀ ବିଧାୟକ ଷ୍ଟିକର ୟୁଜ୍‌ କରି ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚାହୁଁଥିଲା। ମଙ୍ଗଳବାର ନୋଏଡ଼ା ପୁଲିସ ଶ୍ରୀକାନ୍ତୁ ମୀରଠରୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଏହା ପୂର୍ବରୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଶ୍ରୀକାନ୍ତର ବେଆଇନ ଜବରଦଖଲ ସମ୍ପତ୍ତିକୁ ବୁଲ୍‌ଡୋର ଲଗାଇ ଭାଙ୍ଗି ଦିଆଯାଇଥିଲା। ସୋମବାର ପୁଲିସ ଶ୍ରୀକାନ୍ତର ୬ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଥିଲା। ଏମାନେ ବିନା ଅନୁମତିରେ ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ପଶି ଉକ୍ତ ମହିଳାଙ୍କ ଠିକଣା ପାଚାରୁଥିଲେ ଯାହାକୁ ତ୍ୟାଗୀ ଦୁର୍ବ୍ୟବହାର କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.