LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୁଗଲ ଅଫିସକୁ ବୋମା ମାଡ଼ ଧମକ; ହାଇଦ୍ରାବାଦରୁ ଗିରଫ ହେଲା ଅଭିଯୁକ୍ତ, ପୂରା ଘଟଣା କଣ ଜାଣନ୍ତୁ

13/02/2023 at 1:21 PM

Bomb threat at Google office

ନୂଆଦିଲ୍ଲୀ: ଟେକ୍‌ କମ୍ପାନୀ ଗୁଗଲ ଅଫିସର୍‌ ପରିସରରେ ବୋମା ଖଞ୍ଜା ହୋଇଥିବା ଧମକ ମିଳିବା ପରେ ଅଫିସର କର୍ମଚାରୀ ଭୟଭୀତ ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏହା ମିଥ୍ୟା ଧମକ ବୋଲି ଜଣାପଡ଼ିଥିଲା। ମହାରାଷ୍ଟ୍ରର ପୁଣେରେ ଥିବା ଗୁଗଲ ଅଫିସ୍‌କୁ ବୋମା ଧମକ ମିଳିଥିଲା ବୋଲି ପୁଲିସ ସୂଚନା ଦେଇଛି।

ତେବେ ଫୋନ୍ କରି ଧମକ ଦେଇଥିବା ବ୍ୟକ୍ତିଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ମଦ୍ୟପାନ କରି ଏପରି ଅସାମାଜିକ କାର୍ଯ୍ୟ କରିଥିଲେ। ନିଶାରେ ଥିବା ବେଳେ ଫୋନ୍ କରି ଗୁଗଲ ଅଫିସ୍‌କୁ ବୋମା ଖଞ୍ଜାଯାଇଥିବ ଧମକ ଦେଇଥିଲେ।  

ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି(ଜୋନ-ଭି) ବିକ୍ରାନ୍ତ ଦେଶମୁଖ କହିଛନ୍ତି “ ପୁଣେର ମୁନ୍ଧୱା ଏରିଆରେ ଥିବା ଏକ କମର୍ଶିଆଲ ବିଲ୍‌ଡିଂର ୧୧ ମହଲାରେ ଗୁଗଲର ଅଫିସ ରହିଛି। ରବିବାର ରାତିରେ ଏହି ଅଫିସ୍‌କୁ କଲ୍ କରି ବୋମା ଖଞ୍ଚାଯାଇଥିବା ଧମକ ଦିଯାଇଥିଲା। ଖବର ପାଇବା ପରେ ପୁଣେ ପୁଲିସର ବୋମ ଡିଟେକ୍ସନ ଓ ଡିସ୍‌ପୋଜାଲ ଟିମ୍ ଅଫିସ ପରିସରରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା”

ହେଲେ ଅଫିସ ପରିସରରେ ବୋମା ନ ମିଳିବାରୁ ଏହା ଏକ ମିଛ ଧମକ ଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ କଲ କରିଥିବା ବ୍ୟକ୍ତି ଟ୍ରାକ୍ କରିବା ପରେ ତା ଲୋକସେନ ହାଇଦ୍ରାବାଦରେ ବୋଲି ଜଣାପଡ଼ିଥିଲା। ଏହାପରେ ହାଇଦ୍ରବାଦର ପୁଲିସର ସହଯୋଗରେ ତାକୁ ଗିରଫ କରାଯାଇଥିଲା। ମଦ ନିଶାରେ ଥାଇ ସେ ଏପରି କରିଥିଲା ବୋଲି ଅଭିଯୁକ୍ତ ସ୍ୱୀକାର କରିଛନ୍ତି।  ଏହି ଘଟଣାରେ ତଦନ୍ତ ଜାରି ରହିଛି।

   Related Posts