ଆଣ୍ଡ୍ରଏଡ୍‌ ଆପ୍ସ ପାଇଁ ଗୁଗଲର ନୂଆ ନିୟମ: AI ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ !

Published By : Prameya-News7 Bureau | October 26, 2023 IST

ନୂଆଦିଲ୍ଲୀ,୨୬/୧୦: ଆଜିକାଲି, AIର ବହୁଳ ଭାବରେ ବ୍ୟବହାର ହେଉଛି। କିନ୍ତୁ ଏଥିପ୍ରତି ସତର୍କ ହୋଇଛି ଗୁଗଲ। AI ବ୍ୟବହାରକୁ ନେଇ ଗୁଗୁଲ ଦ୍ୱାରା ନୂତନ ନିୟମ ଜାରି କରାଯାଇଛି। ଡେଭଲପର୍ସ ଏବଂ ଆଣ୍ଡ୍ରଏଡ୍ ଆପ୍ ପାଇଁ ଏହି ନୂତନ ନିୟମ ଖୁବ୍ ଶୀଘ୍ର ଲାଗୁ ହେବ। ଏହା ଗ୍ରାହକଙ୍କ ଏନଗେଜ୍‌ମେଣ୍ଟ ଏବଂ ୟୁଜର୍ସ ଅଭିଜ୍ଞତା ବୃଦ୍ଧି କରିବ।

ଗୁଗୁଲ୍ ତାର ଡେଭଲପର୍ସଙ୍କୁ କୁହାଯାଇଛି ଯେ ସେମାନଙ୍କ ଆପ୍‌ରେ ଫିଚର୍‌ ପ୍ରଦାନ କରିବ। ଯାହା ଦ୍ୱାରା ୟୁଜର୍ସ ବିପଜ୍ଜନକ AI ଜେନେରେଟେଡ୍‌ କଣ୍ଟେଣ୍ଟ୍‌କୁ ରିପୋର୍ଟ କରିପାରିବେ। ଗୁଗୁଲ କହିଛି ଯେ ନୂତନ ନିୟମ ସ୍ଥିର କରିବ ଯେ AI ଜେନେରେଟେଡ୍‌ କଣ୍ଟେଣ୍ଟ୍‌କୁ ଲୋକଙ୍କ ପାଇଁ ସୁରକ୍ଷିତ କି ନାହିଁ ଏବଂ ସେମାନେ ମଧ୍ୟ ସେମାନଙ୍କର ଫିଡ୍‌ବ୍ୟାକ୍‌ ଦେବାକୁ ସମର୍ଥ ହେବେ।

ଆସନ୍ତା ବର୍ଷ, ଡେଭଲପର୍ସଙ୍କ ପାଇଁ AI ଡେନେରେଟେଡ୍‌ କଣ୍ଟେଣ୍ଟ୍‌ ପାଇଁ  ୟୁଜର୍ସଙ୍କୁ ଅପ୍ସନ୍‌ ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ଏଥିପାଇଁ ଆପ୍‌ରୁ ବାହାରିବାର କୌଣସି ଆବଶ୍ୟକତା ନାହିଁ। ଗୁଗଲର ନୂଆ ନିୟମ ଅନୁଯାୟୀ, AIର ବ୍ୟବହାର କରି କଣ୍ଟେଣ୍ଟ୍‌ ସୃଷ୍ଟି କରୁଥିବା ଆପ୍ସକୁ ନିଷେଧ ଏବଂ ବନ୍ଦ କରିବା ପାଇଁ ଏକ ନିୟମ ରହିଛି।

ଗୁଗୁଲର ନୂତନ ନିୟମ ଅନୁଯାୟୀ, ଏପରି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ପିଲାମାନଙ୍କର ଶୋଷଣ ଏବଂ ଅତ୍ୟାଚାରକୁ ସପୋର୍ଟ କରୁଥିବ। ନକଲି କଣ୍ଟେଣ୍ଟ୍‌ ପ୍ରଚାର କରୁଥିବା ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ନିୟମ ଜାରି କରାଯାଇଛି।

ଅନାବଶ୍ୟକ ଫଟୋ ଓ ଭିଡିଓ ଆକ୍ସେସ୍ କରୁଥିବା ଆପ୍ସ ପାଇଁ ଗୁଗୁଲ୍ ନୂତନ ନିୟମ ଜାରି କରିଛି। ଏହାସହ ଗୁଗଲ୍ ଫୁଲ୍‌ ସ୍କ୍ରିନ୍ ଇଣ୍ଟେଣ୍ଡ୍‌ ନୋଟିଫିକେଶନ୍‌ର ବ୍ୟବହାରକୁ ମଜବୁତ କରିଛି। ଫୋନ୍ କିମ୍ବା ଭିଡିଓ କଲ୍ ସମୟରେ ଆପ୍ ବ୍ୟବହାରକାରୀଙ୍କ ଅନୁମତି ମାଗିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.