ଭାରତରେ ତିଆରି ହେବ ଗୁଗଲର Pixel ସିିରିଜ୍‌ ସ୍ମାର୍ଟଫୋନ୍‌, ୨୦୨୪ରୁ ମିଳିବ ମେଡ୍‌ ଇନ୍ ଇଣ୍ଡିଆ ସ୍ମାର୍ଟଫୋନ୍

Published By : Prameya-News7 Bureau | October 19, 2023 IST

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଛି ଗୁଗଲ ଫର୍‌ ଇଣ୍ଡିଆ ଇଭେଣ୍ଟ ୨୦୨୩ । ଏହା ଗୁଗଲର ୯ମ ସଂସ୍କରଣ। ଆଉ ଏହି ଇଭେଣ୍ଟରେ କମ୍ପାନି ଏହାରି ଆଗାମୀ ରଣନୀତିକୁ ନେଇ ବଡ଼ ଘୋଷଣା କରିଛି। ଇଭେଣ୍ଟରେ କମ୍ପାନି ଭାରତରେ ବିଭିନ୍ନ ପ୍ରୋଡକ୍ଟର ଉତ୍ପାଦନକୁ ନେଇ ରହିଥିବା ଯୋଜନା ବିଷୟରେ ସୂଚନା ଦେଇଛି। ଏହି ଇଭେଣ୍ଟରେ ଖୋଦ୍‌ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇଥିଲେ।

ଭାରତରେ ନିର୍ମାଣ ଗୁଗଲ ପିକ୍ସେଲ ଫୋନ୍‌

ଏହି ଇଭେଣ୍ଟରେ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଘୋଷଣା କରିଛନ୍ତି ଯେ, ଗୁଗଲ ଭାରତରେ ଏହାର ପିକ୍ସେଲ ସିରିଜ୍‌ ସ୍ମାର୍ଟଫୋନ୍‌ ନିର୍ମାଣ କରିବ। ଏହି ଫୋନ୍ ୨୦୨୪ରୁ ଉପଲବ୍ଧ ହେବ। ଗୁଗଲର ବରିଷ୍ଠ ଉପାଧ୍ୟକ୍ଷ (ଡିଭାଇସ ଏବଂ ସର୍ଭିସ୍‌) ରିକ୍‌ ଓଷ୍ଟରଲୋହ କହିଛନ୍ତି କମ୍ପାନି ଭାରତରେ ଏହାର ଫୋନ୍‌ ତିଆରି ପାଇଁ ଏବଂ ଅନ୍ତର୍ଜାତୀୟ ନିର୍ମାତାଙ୍କ ସହ ଭାଗୀଦାରୀ କରିବ। ଓଷ୍ଟରଲୋହ ଏହି ଘୋଷଣା ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ କରିଛନ୍ତି।

ଆହୁରି ପଢ଼ନ୍ତୁ: Xରେ ଆସିବ ନୂଆ ସବସ୍କ୍ରିପସନ ମଡେଲ, ଲାଇକ୍-ରିପୋଷ୍ଟ ପାଇଁ ମଧ୍ୟ ଦେବାକୁ ହେବ ଟଙ୍କା

ସେ ଆହୁରି କହିଛନ୍ତି ଭାରତ ଆଣ୍ଡ୍ରଏଡ୍‌ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଭାରତରୁ ମିଳିଥିବା ଶିକ୍ଷା ଫଳରେ ଆଣ୍ଡ୍ରଏଡ୍‌କୁ ସମସ୍ତଙ୍କ ପାଇଁ ସରଳ କରିବାରେ କମ୍ପାନିକୁ ଖୁବ୍ ସାହାଯ୍ୟ ମିଳିଛି। ଭାରତରେ ଗୁଗଲ ପିକ୍ସେଲ ୮ ଏବଂ ପିକ୍ସେଲ ଓ୍ବାଚ୍‌ ୨କୁ ଭଲ ପ୍ରତିକ୍ରିୟା ମିଳିଛି। ଭାରତ ୨୦୨୨ରେ ୫୦ପ୍ରତିଶତରୁ ଅଧିକ ବୃଦ୍ଧି ସହ ପ୍ରିମିୟମ ସ୍ମାର୍ଟଫୋନ୍‌ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି।

ଗୁଗଲ ପେ, ୟୁଟ୍ୟୁବ୍‌ ସେଫ୍ଟି, କ୍ରୋମ୍‌ବୁକ୍‌କୁ ନେଇ ଘୋଷଣା:

ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁଗଲର ଡିଜିଟାଲ ପ୍ରଗତି ମିଶନର ଉଦ୍‌ଘାଟନ କରିଛନ୍ତି। ଏହି ମିଶନ ସହ ଲୋକଙ୍କ ଡିଜିଟାଲ ଲୋନ୍‌ ପର୍ଯ୍ୟନ୍ତ ପହଞ୍ଚ ସହଜ ହେବ। ଏହି ଇଭେଣ୍ଟରେ ଗୁଗଲରେ ୟୁଟ୍ୟୁବ୍‌ ସେଫ୍ଟି, ଗୁଗଲ ପେକୁ ଆହୁରି ସୁରକ୍ଷିତ କରାଯାଇଥିବା ଘୋଷଣା କରାଯାଇଛି। ଏହା ସହ HP ସହ ମିଶି ଭାରତରେ ସୁଲଭ ମୂଲ୍ୟରେ HP Chromebook ଉତ୍ପାଦନ କଥା ମଧ୍ୟ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.