ନୂଆଦିଲ୍ଲୀ ୨୬।୦୮: ଯଦି ଆମେ ଆପଣଙ୍କୁ କହିବୁ ୨୦ ବର୍ଷିୟ ଜଣେ ଯୁବକ ସପ୍ତାହରେ ମାତ୍ର ୫ ଘଣ୍ଟା କାମ କରନ୍ତି ଏବଂ ଦରମା କୋଟିଏରୁ ଅଧିକ ପାଆନ୍ତି । ତେବେ କଣ ଆପଣ ବିଶ୍ବାସ କରିବେ ? ଆଶ୍ଚର୍ଯ୍ୟ ହେବେ ନା, କିନ୍ତୁ ଏ କଥା ସମ୍ପୂର୍ଣ୍ଣ ସତ ।
{"id":836046,"sizeSlug":"full","linkDestination":"none"}ଆଜିକାଲି ଗୁଗୁଲର ଜଣେ ଟେକ୍ ଏକ୍ସପର୍ଟ ଏନେଇ ବେଶ୍ ଲାଇମଲାଇଟରେ ଅଛନ୍ତି । ତାଙ୍କ ନାଁ ହେଉଛି ଡିଭନ୍ । ଯୁବକ ଜଣକ ଦିନକୁ ମାତ୍ର ଏକ ଘଣ୍ଟା କାମ କରନ୍ତି । ଆଉ ବାର୍ଷିକ ଦେଢ ଲକ୍ଷ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧ କୋଟି ୨୦ ଲକ୍ଷ ଦରମା ପାଆନ୍ତି ।
{"id":836047,"width":840,"height":630,"sizeSlug":"full","linkDestination":"none"}ଗୁଗୁଲ୍ର ଏହି ଟେକ୍ ଏକ୍ସପର୍ଟଙ୍କ ପ୍ରକୃତ ନାଁ ଜଣାନାହିଁ । କିନ୍ତୁ ସେ ଡିଭନ୍ ନାମରେ ଜଣାଶୁଣା । ଆଉ ଏକ ବଡ କଥା ହେଉଛି ଯୁବକ ଜଣକ ବୋନସ ପାଇଁ ମଧ୍ୟ ସାଇନ୍ କରିଛନ୍ତି । ଡିଭନ୍ ଗୁଗୁଲର 'ଟୁଲ୍ ଏବଂ ପ୍ରଡକ୍ଟ' ପାଇଁ କୋଡିଂ କାମ କରିଥାନ୍ତି । ସେ ପୂର୍ବରୁ ଗୁଗୁଲରେ ଇଟର୍ଣ୍ଣ ଭାବେ ରହିସାରିଛନ୍ତି । ସେ ସେହି ସମୟରେ ମଧ୍ୟ ଖୁବଶୀଘ୍ର କୋଡିଂ ଶେଷ କରି ଛୁଟିରେ ଚାଲିଯାଉଥିଲେ ।
{"id":836048,"width":840,"height":472,"sizeSlug":"full","linkDestination":"none"}ଫର୍ଚୁନ୍ ରିପୋର୍ଟ ଅନୁଯାୟୀ, ଏହି ଗୁଗୁଲ୍ କର୍ମଚାରୀ କହିଛନ୍ତି ଯେ ଯଦି ତାଙ୍କୁ ଅଧିକ ଘଣ୍ଟା କାମ କରିବାକୁ ପଡିବ, ତେବେ ସେ ଏକ ଷ୍ଟାର୍ଟଅପରେ ଯୋଗଦେବାକୁ ଚାହିଁବେ । କୌତୁହଳର ବିଷୟ ହେଉଛି ଡିଭନ୍ ମ୍ୟାନେଜରଙ୍କ ମେସେଜ୍ର ଉତ୍ତର ଦେବାକୁ ମଧ୍ୟ ବାଧ୍ୟ ନୁହଁନ୍ତି । ତାଙ୍କ କହିବାନୁସାରେ, ସେ ଦିନ ଶେଷ ହେବା ପରେ ମଧ୍ୟ ମ୍ୟାନେଜରଙ୍କୁ ଉତ୍ତର ଦେଇପାରିବେ । ଏଥିରେ ମ୍ୟାନେଜରଙ୍କୁ ମଧ୍ୟ କୌଣସି ଅସୁବିଧା ନାହିଁ ।
{"id":836049,"width":838,"height":471,"sizeSlug":"full","linkDestination":"none"}ତେବେ ଏ କଥାକୁ ନେଇ ଡିଭନ୍ କହିଛନ୍ତି, ଇଣ୍ଟର୍ନସିପ୍ ସମୟରେ ମୁଁ ଜାଣିଲି ଯେ ଯଦି ମୁଁ ଏହି କମ୍ପାନୀରେ ଚାକିରି ପାଏ ତେବେ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବନି । ସେଥିପାଇଁ ଡିଭନ୍ ତାଙ୍କର ଇଣ୍ଟର୍ନସିପ୍ ସମୟରେ ସବୁ କାମ ଅତି ଯତ୍ନର ସହିତ ଶେଷ କରିଥିଲେ । ରିପୋର୍ଟ ଅନୁଯାୟୀ, ଗୁଗୁଲର ୫୭ ପ୍ରତିଶତ କର୍ମଚାରୀ ଏହା ଏକ ଭଲ ଓ୍ବାର୍କପ୍ଲେସ୍ ବୋଲି ବିଶ୍ୱାସ କରନ୍ତି ।
{"id":836050,"sizeSlug":"full","linkDestination":"none"}ବାସ୍ତବରେ ଗୁଗୁଲ୍ ଏହାର ଉତ୍କୃଷ୍ଟ ଅଫିସ୍, ଭଲ ଓ୍ବାର୍କପ୍ଲେସ୍ ଏବଂ ଅଧିକ ଦରମା ଯୋଗୁଁ ଲୋକଙ୍କର ସବୁଠାରୁ ପସନ୍ଦର କମ୍ପାନୀ ଅଟେ ଗୁଗୁଲ୍ ।
You Can Read:
wp:embed {"url":"https://www.prameyanews7.com/banks-to-remain-closed-for-16-days-in-these-cities/","type":"wp-embed","providerNameSlug":"prameya-news-7"} /wp:embed