ସାରା ବିଶ୍ୱରେ ଗୁଗୁଲ୍ ସେବା ବ୍ୟାହତ : ଜିମେଲ୍,ଗୁଗୁଲ୍ ଡ୍ରାଇଭ୍ କାମରେ ସମସ୍ୟା
20/08/2020 at 12:31 PM

ନୂଆଦିଲ୍ଲୀ ୨୦।୦୮: ବିଶ୍ୱର ସବୁଠାରୁ ବଡ଼ ବୈଷୟିକ କମ୍ପାନୀ ଗୁଗୁଲ୍ର ଅନେକ ସେବା ବ୍ୟାହତ ହୋଇଯାଇଛି । ଖାସ୍ କରି ଜିମେଲ୍ ଓ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ ମାନେ ନିଜ ନିଜର ଅଭିଯୋଗ କରିସାରିଛନ୍ତି ।
ଦୁନିଆ ବୃହତ୍ତମ ବୈଷୟିକ କମ୍ପାନୀରେ ନିଜ ନାମ ଦର୍ଶାଇଥିବା ଗୁଗୁଲ୍ର ଆଜି ଅନେକ ସେବା ବ୍ୟାହତ ହୋଇଯାଇଛି । ଗୁଗୁଲ୍ର ଜିମେଲ୍ ଓ ଗୁଗୁଲ ଡ୍ରାଇଭ୍ ସେବା ସାରାବିଶ୍ୱରେ ବ୍ୟାହତ ହୋଇଯାଇଛି । ଯେଉଁଥିପାଇଁ ୟୁଜର୍ସମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାର ଦେଖିବାକୁ ମିଳିଛି । ଖାସ୍ କରି ଜିମେଲ୍ରେ ଫାଇଲ୍ ଆଟାଚମେଣ୍ଟ ହେବାରେ ବହୁ ସମସ୍ୟା ସୃଷ୍ଟି ହେଉଛି । ସେହିପରି ୟୁଟ୍ୟୁବ୍ରେ ମଧ୍ୟ ଭିଡିଓ ଅପଲୋଡ଼ ହେବାରେ ସମସ୍ୟା ଦେଖାଦେଇଛି ।
ଗତ ଦୁଇ ଦିନ ହେଲା ଗୁଗୁଲ୍ର ଏପରି ବିଭିନ୍ନ ସେବାରେ ଦେଖାଦେଇଛି । ଯାହାକୁ ନେଇ ଅନେକ ୟୁଜର୍ସ ନିଜ ନିଜର ସୋସିଆଲ୍ ମିଡିଆରେ ଏହାର ଅଭିଯୋଗ ଆଣିଛନ୍ତି । ଖାସ୍ କରି ଡେସ୍କଟପ୍ (କମ୍ପ୍ୟୁଟର) ଓ ଆପ୍ ବ୍ୟବହାରରେ ସମସ୍ୟା ହେଉଥିବାର ଦେଖିବାକୁ ମିଳିଛି । କମ୍ପାନୀ ପକ୍ଷରୁ ସେବା ବ୍ୟାହତ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି । ତେବେ ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରିବା ପାଇଁ କମ୍ପାନୀ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି ।
ସେହିପରି ସୋସିଆଲ୍ ମିଡିଆରେ ଆସିଥିବା ଅଭିଯୋଗକୁ ଆଧାର କରି କମ୍ପାନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । କମ୍ପାନୀର ଗୁଗୁଲ୍ ମେଟ୍, ଗୁଗୁଲ୍ ଭଏସ୍ ଏବଂ ଗୁଗୁଲ୍ ଡକ୍ୟୁମେଣ୍ଟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ସମସ୍ୟାକୁ ଦେଖି କମ୍ପାନୀ ଅପଗ୍ରେଡ଼୍ କରିବା ଆରମ୍ଭ କରିଦେଇଛି । ସେହିପରି ୟୁଟ୍ୟୁବରେ ମଧ୍ୟ ଭିଡିଓ ଅପଲୋଡ୍ରେ ସମସ୍ୟା ଦେଖାଦେଇଛି । ଯାହାର ଅଭିଯୋଗ ଆସିବା ପରେ କମ୍ପାନୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।