ଛଟେଇ କରୁଥିବା କମ୍ପାନିଙ୍କ ତାଲିକାରେ ଗୁଗଲ ସାମିଲ ! ୧୦,୦୦୦ କର୍ମଚାରୀଙ୍କ ଯିବ ଚାକିରି

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଟେକ୍ କମ୍ପାନି କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି । ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ଗୁଗଲ । କମ୍ପାନିରୁ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଗୁଗଲ ଯୋଜନା କରୁଛି । ଅନ୍ୟ କମ୍ପାନି ପରି ଗୁଗଲ ଉପରେ ମଧ୍ୟ ଡାଉନସାଇଜିଂର ଚାପ ବଢିବାରେ ଲାଗିଛି ।

ଦ ଇନଫରମେସନର ଏକ ରିପୋର୍ଟ ଅନୁସାରେ, ଖବର ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ଡାଟା ପ୍ରସ୍ତୁତ କରିବାକୁ ଗୁଗଲ ମ୍ୟାନେଜର୍ସଙ୍କୁ ନିର୍ଦ୍ଦେଶ ଦେଇଛି। କମ୍ପାନି ନିଜର ପ୍ରାୟ ୬ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା କରିବାକୁ ଯୋଜନା କରୁଛି । ଏହି ପ୍ରତିଶତ ସଂଖ୍ୟାରେ ପ୍ରାୟ ୧୦,୦୦୦।

ଗତ ତ୍ରୈମାସରେ ଗୁଗଲ ନିଜ ସହ ଅନେକ କର୍ମଚାରୀଙ୍କୁ ଯୋଡିଥିଲା । କମ୍ପାନିର ୱାର୍କଫୋର୍ସ ଏବଂ ଦରମାକୁ ନେଇ ପୂର୍ବରୁ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ବିଲେନିୟର ନିବେଶକ କ୍ରିଷ୍ଟୋଫର ହନ ଦାବି କରିଥିଲେ ଯେ, ଗୁଗଲ ଆବଶ୍ୟକତା ଠାରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଟେକ୍ କମ୍ପାନିର ପୂର୍ବରୁ ଘୋଷଣା କରିଥିଲା ଯେ ଚଳିତ ବର୍ଷ ଶେଷ ତ୍ରୈମାସରେ ନୂଆ ନିଯୁକ୍ତି ଦେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଆଲ୍ଫାବେଟରେ ପ୍ରାୟ ୧, ୮୭,୦୦୦ କର୍ମଚାରୀ କାମ କରୁଛନ୍ତି ଏବଂ ଏହା ଟେକ୍ ଉଦ୍ୟୋଗର ସବୁଠୁ ବଡ଼ କମ୍ପାନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.