Google କହିବ କେବେ ଶସ୍ତା ହେବ ଫ୍ଲାଇଟ୍ ଟିକେଟ୍, ଫଟାଫଟ କରିପାରିବେ ବୁକିଂ
24/09/2023 at 7:03 PM

ନୂଆଦିଲ୍ଲୀ ୨୪।୯: ଯେତେବେଳେ ଆପଣ ବିମାନ ଟିକେଟ୍ ବୁକ୍ କରନ୍ତି କେବେ କେବେ ମହଙ୍ଗାରେ ବି ଟିକେଟ୍ କିଣନ୍ତି। ଯଦି ପ୍ରାୟଦିନ ଆପଣ ବିମାନ ଯାତ୍ରା କରୁଥାନ୍ତି ତେବେ ଏହା ଆଉ ଟିକେ ମହଙ୍ଗା ହୋଇପାରେ। ଏଥିରେ ଯଦି ଆପଣ ଶସ୍ତା ଦରରେ ଫ୍ଲାଇଟ୍ ଟିକେଟ୍ କିଣିବାକୁ ଚାହାନ୍ତି ତେବେ ଶହଶହ ଟଙ୍କା ସଞ୍ଚ ମଧ୍ୟ କରିପାରିବେ। ନିକଟରେ ଗୁଗଲ ଏପରି ଫିଚର ଲଞ୍ଚ କରିଛନ୍ତି ଯାହା ଆପଣଙ୍କୁ ଫ୍ଲାଇଟ୍ରେ ଶସ୍ତା ଟିକେଟ୍ ବୁକିଂ କରିବାର ସହାୟତା କରିପାରୁଛି।
ଅଧିକାଂଶ ଲୋକେ ଯେଉଁମାନେ ପ୍ରାୟତଃ ବିମାନ ଯାତ୍ରା କରନ୍ତି ସେମାନେ ଦୀର୍ଘ ମାସ ପୂର୍ବରୁ ଫ୍ଲାଇଟ୍ ବୁକିଂ କରିନେଇଥାନ୍ତି। ସେମାନେ ଏଥିପାଇଁ ଏପରି କରିଥାନ୍ତି ଫ୍ଲାଇଟ୍ ବୁକିଂ ଯଦି ଆବଶ୍ୟକ ବେଳେ କରାଯାଏ ସେତେବେଳେ ଭଡା ଟିକେ ଅଧିକ ହୋଇଥାଏ। ଏଥିରେ ଯଦି ଆପଣଙ୍କୁ କେଉଁଆଡେ ଯିବାକୁ ବା ବୁଲି ଯିବାକୁ ମାସେ ବା ଦୁଇ ମାସ ପୂର୍ବରୁ ବିମାନ ବୁକ୍ କରନ୍ତି ତେବେ ଆପଣଙ୍କୁ ଭଡା କରେଣ୍ଟ ଫେୟାରଠାରୁ ବହୁତ କମ୍ ପଡିଥାଏ। ଏଥିରେ ଗୁଗଲର ନୂଆ ଫିଚର ଆପଣଙ୍କ କାମରେ ଆସିପାରେ।

ସୂଚନା ଅନୁସାରେ ଆପଣଯଦି ଜାଣିବାକୁ ଚାହିଁବେ ଫ୍ଲାଇଟ୍ ଟିକେଟ୍ କେବେ ଶସ୍ତାରେ ମିଳୁଛି ଏଥି ପାଇଁ ଆପଣଙ୍କୁ ଗୁଗଲ ଫ୍ଲାଇଟ୍ରେ ଥିବା ପ୍ରାଇସ୍ ଟ୍ରାକିଂ ଅପସନକୁ ଏନାବଲ କରିବାକୁ ପଡିବ। ଏହା ପରେ ଏହି ଫିଚର ଆକ୍ଟିଭ ହୋଇଯାଇଥାଏ ଓ ଯେପରି ଫ୍ଲାଇଟ୍ ଟିକେଟ ଦର ହ୍ରାସ ହେବ ସେ ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ଜଣାଇଦେବ। ସେତେବେଳେ ବିମାନ ବୁକିଂ କରିବାକୁ ଆପଣଙ୍କ ହାତରେ ସୁବର୍ଣ୍ଣ ସୁଯୋଗ ଥିବ।
ଗୁଗଲଙ୍କ ଏହି ଫିଚର ଉପଯୋଗ କରିବା ପାଇଁ ଆପଣଙ୍କୁ ଗୁଗଲ ଆକାଉଣ୍ଟରେ ସାଇନ ଇନ୍ କରିବାକୁ ହେବ। ଯଦି ଥରେ ଆପଣ ସାଇନ ଇନ୍ କରିଦେଲେ ଏହା ପରେ ଗୁଗଲ ଆପଣଙ୍କୁ ଅନେକ ଫ୍ଲାଇଟର ଫେୟାର ସୂଚନା ପଠାଇବାରେ ଲାଗିବ। ଏଥିରେ ଆପଣଙ୍କୁ ରଙ୍ଗୀନ ବ୍ୟାଚ୍ ମଧ୍ୟ ପଠାଇବ ଯାହାର ଅର୍ଥ ଏହିସବୁ ବିମାନର ଭଡାରେ କୌଣସି ପରିବର୍ତ୍ତନ ହେବାର ନାହିଁ। ବର୍ତ୍ତମାନ ସମୟରେ ଏପରି ଅନେକ ପ୍ଲାଟଫର୍ମ ଅଛନ୍ତି ଯେଉଁମାନେ ଶସ୍ତାରେ ଫ୍ଲାଇଟ୍ ବୁକିଂ ଦେବାକୁ ଦାବି କରିଥାନ୍ତି। ତେବେ ବୁକିଂ ପ୍ରୋସେସ୍ ସମ୍ପୂର୍ଣ୍ଣ କରୁ କରୁ ଫ୍ଲାଇଟର ଫେୟାର ଡିସପ୍ଲେରେ ଦେଖା ଦେଉଥିବା ଭଡା ବେଶ୍ ଅଧିକ ହୋଇଯାଇଥାଏ। ଏଥିରେ ଯାତ୍ରୀ ବାଧ୍ୟ ହୋଇ ମହଙ୍ଗା ଟିକେଟ୍ କିଣିଥାନ୍ତି। ଏଥିରେ ଯଦି ଆପଣ ପ୍ରାୟତଃ ବିମାନ ଯାତ୍ରା କରୁଥାନ୍ତି ତେବେ ଗୁଗଲଙ୍କ ଏହି ଫିଚର ନିଶ୍ଚୟ ଆପଣଙ୍କ କାମରେ ଆସିବ।
ଆରମ୍ଭ ହେବାକୁ ଯାଉଛି Amazonର ବଡ଼ ସେଲ୍, ଅଧାରୁ କମ୍ ଦାମରେ ଫ୍ରିଜ ଓ ଟିଭି! ଶସ୍ତାରେ ମିଳିବ ମୋବାଇଲ,ଫ୍ୟାସନ ଆଇଟମ