ମୁମ୍ଵାଇ ୩୧।୦୮: ଭାରତୀୟଙ୍କ ପାଇଁ ଏକ ଖୁସି ଖବର । ଗୁଗୁଲ ଭାରତରେ ଏହାର AI ସର୍ଚ୍ଚ ଟୁଲ ଲଞ୍ଚ କରିଛି। ଗୁଗୁଲ ଭାରତ ଏବଂ ଜାପାନର ୟୁଜର୍ସମାନଙ୍କ ପାଇଁ ସର୍ଚ୍ଚ ଟୁଲରେ ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ରବର୍ତ୍ତନ କରିଛି । ଯାହା ସାରାଂଶ ସହିତ ପ୍ରମ୍ପ୍ଟରେ ପାଠ୍ୟ କିମ୍ବା ଭିଜୁଆଲ୍ ଫଳାଫଳ ଦେଖାଇବ । ଏହି ଫିଚର୍ସ ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ (SGE) ମଧ୍ୟ କୁହାଯାଉଛି । କମ୍ପାନୀ କହିଛି ଯେ କ୍ରୋମ ଡେସ୍କଟପ ଏବଂ ଆଣ୍ଡ୍ରଏଡ ଏବଂ ଆଇଓଏସରେ ଗୁଗୁଲ ଆପର ସର୍ବଶେଷ ସଂସ୍କରଣ ମାଧ୍ୟମରେ ଏହି ନୂତନ ଫିଚର୍ସ ବ୍ୟବହାର କରାଯାଇପାରିବ।
ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବ୍ୟବହାର କରାଯାଇପାରିବ
ଏହି ଫିଚର୍ସ ପ୍ରଥମେ ଆମେରିକାରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଭାରତ ଏବଂ ଜାପାନର ୟୁଜର୍ସମାନେ ମଧ୍ୟ ଏହି ଉପକରଣ ବ୍ୟବହାର କରିବାକୁ ସକ୍ଷମ ହେବେ। ଜାପାନୀ ୟୁଜର୍ସମାନେ ଏହି ଫିଚର୍ସ ସେମାନଙ୍କର ସ୍ଥାନୀୟ ଭାଷାରେ ବ୍ୟବହାର କରିବାକୁ ସକ୍ଷମ ହେବେ। ଯେମିତିକି ଭାରତୀୟ ୟୁଜର୍ସ ଏହାକୁ ଇଂରାଜୀ ଏବଂ ହିନ୍ଦୀରେ ବ୍ୟବହାର କରିପାରିବେ।
ଗୁଗୁଲ୍ ଆପ୍ କିମ୍ବା କ୍ରୋମ୍ ଡେସ୍କଟପ୍ର ଉପର ବାମ କୋଣରେ ଥିବା ଲ୍ୟାବ ଆଇକନ୍ ଉପରେ ଯେକୌଣସି ବ୍ୟକ୍ତି ଟ୍ୟାପ୍ କରିପାରିବେ। ଯେଉଁମାନେ ଏହାକୁ ଟ୍ରାଏ କରୁଛନ୍ତି, ସେମାନଙ୍କୁ ନୂଆ ଇଣ୍ଟିଗ୍ରେଟେଡ ସର୍ଚ୍ଚ ରିଜଲ୍ଟ ପେଜ୍ ଦେଖାଇବ । ତାହାର ଶୀର୍ଷରେ ଏକ AI- ଜେନେରେଟ ସ୍ନାପଶଟ ମଧ୍ୟ ଥିବ । ଏହି ସ୍ନାପସଟ୍ ମଧ୍ୟ ଏକ ଶୀଘ୍ର ବିଷୟ ସାରାଂଶ ଏବଂ ବିଷୟକୁ ଗଭୀର ଭାବରେ ବୁଡ଼ିବାକୁ ଲିଙ୍କ୍ ଦେଖାଇବ । ପ୍ରଥମେ ମେ ୨୦୨୩ରେ ଆମେରିକାରେ ଏବଂ ପରେ ଜାପାନରେ ଏହି ସପ୍ତାହ ଆରମ୍ଭ କରିବା ପରେ ଭାରତ ହେଉଛି ତୃତୀୟ ବଜାର । ଯେଉଁଠାରେ ଟେକ୍ ଜଏଣ୍ଟ ଏହି ଫିଚର୍ସକୁ ରୋଲ ଆଉଟ୍ କରିଛି ।
wp:embed {"url":"https://www.prameyanews7.com/putin-will-go-to-china-in-october/","type":"wp-embed","providerNameSlug":"prameya-news-7"} /wp:embed