Google ଭାରତର ୧୦ ଆପ ବିରୋଧରେ କରିବ କାର୍ଯ୍ୟାନୁଷ୍ଠାନ, ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୧।୩: ଟେକ୍ ଦିଗ୍ଗଜ ଗୁଗଲ ୧ ମାର୍ଚ୍ଚ ଶୁକ୍ରବାର ତାଙ୍କର ଆପ୍ ଷ୍ଟୋର ବିଲିଂ ପଲିସି ଲାଗୁ କରିଛନ୍ତି।  ଏହାର ଅର୍ଥ ଯେଉଁ କମ୍ପାନୀ ଓ ଏହାର ଆପ୍ ଗୁଗଲଙ୍କ ଆପ୍ ବିଲିଂ ପଲିସିକୁ ପାଳନ କରୁ ନାହାନ୍ତି ସେମାନଙ୍କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇପାରେ। ଗୁଗଲ କହିଛନ୍ତି ଯେ ତାଙ୍କ ଷ୍ଟୋର ଉପଯୋଗ କରୁଥିବା ପାଖାପାଖି ୨ଲକ୍ଷ ଭାରତୀୟ  ଡେଭଲପର୍ସ ତାଙ୍କ ପଲିସିର ପାଳନ କରୁଛନ୍ତି। ତେବେ ଏପରି ୧୦ଟି ଆପ୍ ଆଛନ୍ତି ଯେଉଁମାନେ ସର୍ଭିସ ନିମନ୍ତେ ଦୈୟ ପୈଠ ନ କରିବା ଅପସନ ବାଛିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମ୍ୟାଟ୍ରମନି ଡଟ୍ କମ ଓ ଶାଦୀ ଡଟ କମ୍‌ ଭଳି କେତେକ ଇଣ୍ଟରନେଟ୍ କମ୍ପାନୀ ଯେଉଁମାନେ ଗୁଗଲଙ୍କ ନିୟମର ପାଳନ କରନ୍ତି ନାହିଁ। ଏଥି ପାଇଁ ଗୁଗଲ ଏମାନଙ୍କୁ ତାଙ୍କ ପ୍ଲେ ଷ୍ଟୋରରୁ ଏବେ ହଟାଇ ଦେବାକୁ ଚାହୁଁଛନ୍ତି। ଗୁଗଲ ସେମାନଙ୍କୁ ପ୍ଲେ ଷ୍ଟୋରରୁ ନ ହଟାଉ ସେଥି ପାଇଁ କମ୍ପାନୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ୯ ଫେବୃଆରୀ ୨୦୨୪ରେ ସେମାନଙ୍କ ଲାଗି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରିଦେଇଥିଲେ।

{"id":915919,"width":840,"height":472,"sizeSlug":"full","linkDestination":"none"}

ଏହି ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୯ ତାରିଖରେ ହେବ। ଏ ସମ୍ପର୍କରେ ଗୁଗଲ ତାଙ୍କ ବ୍ଲଗ ପୋଷ୍ଟରେ ଲେଖିଛନ୍ତି ଯେ କୌଣସି କୋର୍ଟ ଅଥବା ରେଗ୍ୟୁଲେଟରୀ ବଡି ଗୁଗଲ ପ୍ଲେଷ୍ଟୋରକୁ ତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସର୍ଭିସ ନିମନ୍ତେ ଶୁଳ୍କ ନେବାକୁ ମନା କରି ନାହାନ୍ତି। ଭାରତରେ ମଧ୍ୟ ସୁପ୍ରିମକୋର୍ଟ ଫେବୃଆରୀ ୯ ତାରିଖ ଦିନ ଗୁଗଲ ପ୍ଲେ ଷ୍ଟୋରର ଏହି ଅଧିକାରରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏହା ସତ୍ତ୍ୱେ କେତେକ ଆପ ଡେଭଲପର୍ସ ନିଜ ବିଜନେସ ମଡେଲ ଓ ଇକୋସିଷ୍ଟମକୁ ପ୍ଲେଷ୍ଟୋର ମାଧ୍ୟମରେ ଚଳାଇ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭାରତର ଏହି ଆପ ଡେଭଲପରମାନେ ମାଡ୍ରାସ ହାଇକୋର୍ଟଙ୍କ ସେହି ଆଦେଶ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ ଯେଉଁଥିରେ ଗୁଗଲଙ୍କ ଆପ୍ ବିଲିଂ ନୀତିକୁ ଲାଗୁ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କ ପିଟିସନ  ଖାରଜ ହୋଇଯାଇଥିଲା।  ତେବେ ସପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ୧୯ ମାର୍ଚ୍ଚ ଶୁଣାଣିରେ ସୁପ୍ରିମକୋର୍ଟ କଣ କହୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର ଥିବା ବେଳେ ଆପ ଗୁଡିକ ବିରୋଧରେ ଗୁଗଲ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ନଜର ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.