ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

Google ମଧ୍ୟ ପାଳନ କରୁଛନ୍ତି ଆମ ସ୍ୱାଧୀନତାର ୭୫ତମ ବାର୍ଷିକ, ଲଞ୍ଚ ହେଲା ଡିଜିଟାଲ ସଂଗ୍ରହ ‘ଭାରତ କି ଉଡାନ’

6/08/2022 at 4:40 PM

ନୂଆଦିଲ୍ଲୀ ୬।୮: ଭାରତ ସ୍ୱାଧୀନତାର ୭୫ ବର୍ଷ ଯାତ୍ରାରେ ହାସଲ କରିଥିବା ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ନେଇ ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ଅନଲାଇନ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଯେଉଁଥିରେ ସମୃଦ୍ଧ ଅଭିଲେଖାଗାରର କଳାତ୍ମକ ଚିତ୍ର ମାଧ୍ୟମରେ ଦେଶର କାହାଣୀ ବର୍ଣ୍ଣନା କରାଯାଇଛି। ‘ଗୁଗଲ ଆର୍ଟ ଏଣ୍ଡ କଲଚର’ ପକ୍ଷରୁ  ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ‘ଇଣ୍ଡିଆ କି ଉଡାନ’ ରେ ଦେଶ ଉପଲବ୍ଧୀର ଉତ୍ସବ ପାଳନ କରୁଛି।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ, ସଂସ୍କୃତି ମନ୍ତ୍ରାଳୟ ଓ ଗୁଗଲଙ୍କ ବରିଷ୍ଠ ଅଧିକାରୀମାନେ ଦିଲ୍ଲୀସ୍ଥିତ ସୁନ୍ଦର ନର୍ସରୀରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଇଣ୍ଡିଆକି ଉଡାଣର ଅଧିକାରୀକ ଶୁଭାରମ୍ଭ କରିଛନ୍ତି। କମ୍ପାନୀ ୨୦୨୨ ଲାଗି ତାଙ୍କର ଲୋକପ୍ରିୟ ‘ଡୁଡଲ ଫର ଗୁଗଲ’ ପ୍ରତିଯୋଗୀତାର ମଧ୍ୟ ଘୋଷଣା କରିଛନ୍ତି। ଯାହାର ଥିମ ରଖିଛନ୍ତି ‘ଆଗମୀ ୨୫ ବର୍ଷରେ ମୋ ଭାରତ ହେବ…’ ଏଥିରେ ପ୍ରଥମରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ ବୋଲି କହିଛନ୍ତି।

   Related Posts