ଭାରତରେ ‘କୋର୍ସ’ର ଘୋଷଣା କଲା ଗୁଗଲ, ଡିଜିଟାଲ ଶିକ୍ଷା ପାଇଁ ଉତ୍କୃଷ୍ଟ ମାଧ୍ୟମ ଯୋଗାଇବା ରହିଛି ଲକ୍ଷ
19/12/2022 at 10:19 PM

ନୂଆଦିଲ୍ଲୀ, ୧୯/୧୨: ଗୁଗଲ ଫର୍ ଇଣ୍ଡିଆ ଇଭେଣ୍ଟରେ ୟୁଟ୍ୟୁବ୍ ଏହାର ଅନେକ ଯୋଜନା ବିଷୟରେ ଘୋଷଣା କରିଛି। ଯେଉଁଥିରେ କମ୍ପାନୀ ଏହାର ନୂଆ ଫିଚର୍ସ ‘କୋର୍ସ’ ବିଷୟରେ ମଧ୍ୟ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ ଏହି ଫିଚର୍ସର ସବସ୍କ୍ରିପ୍ସନ ବେସ୍ଡ ମଡେଲ କୋର୍ସର ଟେଷ୍ଟିଂ ଜାରିରଖିଛି। ଏହାକୁ କମ୍ପାନୀ କିଛି ପାର୍ଟନର ଏବଂ କ୍ରିଏଟରଙ୍କ ସହଯୋଗରେ ୨୦୨୩ ପ୍ରଥମାର୍ଦ୍ଧରେ ଲଞ୍ଚ କରିବାକୁ ଲକ୍ଷ୍ୟ ରହିଛି।
ପୂର୍ବରୁ ୟୁଟ୍ୟୁବ୍ର ୮ ଟି ମନିଟାଇଜେସନ ଅପ୍ସନ ରହିଛି। ଏବେ କୋର୍ସ ଅନ୍ୟ ଏକ ମାଧ୍ୟମ ହେବାକୁ ଯାଉଛି। ୟୁଟ୍ୟୁବ୍ ଇଣ୍ଡିଆ ପରିଚାଳନା ନିର୍ଦେ୍ଦଶକ ଇସାନ ଜନ୍ ଚାଟାର୍ଜୀ କହିଛନ୍ତି ଯେ ’କୋର୍ସ’ ସୁବିଧା ତିନି ଦେଶ ଭାରତ, ସାଉଥ କୋରିଆରେ ଉପଲବ୍ଧ ହେବ। ଚାଟାର୍ଜୀ କହିଛନ୍ତି ଭାରତ ଡିଜିଟାଲ ଶିକ୍ଷାର ଏକ ଉତ୍ତମ ମାର୍କେଟ। କୋର୍ସ ଲଞ୍ଚ ହେବା ଦ୍ବାରା ଏହା ୟୁଜର୍ସଙ୍କୁ ସଠିକ୍ ବିଷୟବସ୍ତୁ ପାଇବାରେ ତଥା ସହଜ ଉପାୟରେ ନିଜକୁ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବା ନେଇ ଆଶା ରଖିଛି କମ୍ପାନୀ।
ଏହା କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ନିର୍ଭର କରୁଛି ଯେ ସେମାନେ ଡିଜିଟାଲ ଲର୍ଣ୍ଣିଂରେ ମନିଟାଇଜ୍ କରିପାରିବେ। ଯଦି ସେମାନଙ୍କ କଣ୍ଟେଣ୍ଟରେ ୟୁଜର୍ସଙ୍କ ପାଇଁ ଶିକ୍ଷଣୀୟ ତଥ୍ୟ ରହିଛି ତେବେ ସେ ଏହି ଅପ୍ସନକୁ ଅନ୍ କରପାରିବେ। ଆରମ୍ଭରେ କୋର୍ସରେ ୪ ବିଷୟ ଉପରେ ରହିବ। ଯେଉଁଥିରେ ଡିଜିଟାଲ ସ୍କିଲ୍, ଉଦ୍ୟୋଗତା, ପ୍ରୋଫେସନ ଏବଂ ବ୍ୟକ୍ତିଗତ ରୁଚି ଭଳି କୋର୍ସ ରହିବ। ଏହା ସହ ୟୁଟ୍ୟୁବ୍ କ୍ରିଏଟର୍ସଙ୍କୁ ଶିଖାଉଥିବା ବିଷୟର ପିଏନଜି ଏବଂ ପିଡିଏଫ୍ ଅପଲୋଡ୍ କରିବାକୁ ମଧ୍ୟ ଅପ୍ସନ ଦେବ। କମ୍ପାନୀର ସାଉଥଇଷ୍ଟ ଏସିଆ ନିର୍ଦେ୍ଦଶକ ଅଜୟ ବିଦ୍ୟାସାଗର କହିଛନ୍ତି ଯେ ୟୁଟ୍ୟୁବ୍ କ୍ରିଏଟର୍ସଙ୍କୁ ଅଧିକରୁ ଅଧିକ ମନିଟାଇଜେସନର ଆସନ୍ତା ସମୟରେ ସୁଯୋଗ ଦେବ।