LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତର ‘ଜଳ ପରୀ’ ଆରତୀ ସାହଙ୍କୁ ଡୁଡଲରେ ମନେ ପକାଇଲେ google, ଇଂଲିସ ଚାନେଲ ପାର କରିଥିବା ପ୍ରଥମ ଏସିୟ ମହିଳା

24/09/2020 at 4:42 PM

ବିଭିନ୍ନ ଅବସରକୁ ଗୁଗଲ ତାଙ୍କ ଡୁଡଲରେ ପାଳନ କରନ୍ତି। ଏହିକ୍ରମରେ ଗୁଗଲ ଗୁରୁବାର ପ୍ରଶିଦ୍ଧ ଭାରତୀୟ ମହିଳା ସନ୍ତରଣକାରୀ ଆରତୀ ଶାହଙ୍କ ୮୦ତମ ଜୟନ୍ତୀ ପାଳନ କରୁଛନ୍ତି। ଭାରତର ‘ଜଳ ପରୀ’ ସାହଙ୍କ ଉଦ୍ଦେଶ୍ୟରେ ଗୁଗଲ ଏକ ଆକର୍ଷଣୀୟ ଡୁଡଲ ପ୍ରସ୍ତୁତ କରିଥିବାବେଳେ ତାଙ୍କୁ ଇଂଲିସ ଚାନେଲ ଅତିକ୍ରମ କରୁଥିବାର ଦେଖାଇଛି।  

ଇଂଲିସ ଚାନେଲ ପାର କରିବାରେ ଆରତୀ ସାହ ଥିଲେ ପ୍ରଥମ ଏସିୟ ମହିଳା ସନ୍ତରଣକାରୀ। ସନ୍ତରଣରେ ଏହି କୃତିତ୍ୱ ମାଉଣ୍ଟ ଏଭରେଷ୍ଟ ଆରୋହଣ ସହ ସମାନ । ସେ ୬୭.୫ କିଲୋମିଟର ଦୀର୍ଘ ଇଂଲିସ ଚାନେଲକୁ ୧୬ଘଣ୍ଟା ୨୦ ମିନିଟ୍‌ରେ ପହଁରି ପହଁରି ପାର ହୋଇଥିଲେ। ୨୪ ସେପ୍ଟେମ୍ବର ୧୯୪୦ରେ ଆରତୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜନ୍ମ ହୋଇଥିଲେ। ସେ ୫ ବର୍ଷର ହୋଇଥିବାବେଳେ ସନ୍ତରଣରେ ତାଙ୍କ ଜୀବନର ପ୍ରଥମ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। କୋଲକାତାର ହୁଗୁଳି ନଦୀରେ ସାହ ପହଁରିବା ଶିଖିଥିଲେ। ପରେ ସେ ଭାରତର ସର୍ବଶ୍ରେଷ୍ଠ ସନ୍ତରଣ ପ୍ରଶିକ୍ଷକ ସଚ୍ଚିନ ନାଗଙ୍କ ଦେଖରେଖରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ।

୧୯୫୨ ମସିହାରେ ଫିନଲ୍ୟାଣ୍ଡର ହେଲସିଂକୀରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ରେ ଆରତୀ ଭାରତର ପ୍ରତିନିଧିତ୍ୱ କରିଥିଲେ। ନୂଆନୂଆ ସ୍ୱାଧୀନତା ପ୍ରାପ୍ତ କରିଥିବା ଭାରତୀୟ ଟିମ୍‌ରେ ଆରତୀ ଥିଲେ ସର୍ବକିଷ୍ଠ। ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୧ ବର୍ଷ। ସେ ୧୮ ବର୍ଷର ହୋଇଥିବା ବେଳେ ଇଂଲିସ ଚାନେଲ ପହଁରି ପାରିହେବାକୁ ପ୍ରଥମ ଥର ଉଦ୍ୟମ କରିଥିଲେ। ତେବେ ତାଙ୍କର ପ୍ରଥମ ଉଦ୍ୟମ ବିଫଳ ହୋଇଥିଲା। ହେଲେ ସେ ହାରମାନି ନଥିଲେ। ମାତ୍ର ମାସକରେ ସେ ପୁଣି ଥରେନିଜକୁ ଏଥିଲାଗି ପ୍ରସ୍ତୁତ କରିବା ସହ ୨୯ସେପ୍ଟେମ୍ବର ୧୯୫୯ରେ ଇଂଲିସ ଚାନେଲକୁ ୧୬ଘଣ୍ଟା ୨୦ ମିନିଟରେ ପହଁରି ପାର କରିବା ସହ ନିଜ ନାମରେ ନୂଆ କିର୍ତ୍ତିମାନ ସ୍ଥାପନା କରିଥିଲେ।

ଭାରତ ସରକାର ୧୯୬୦ ମସିହାରେ ଆରତୀ ସାହଙ୍କୁ ଶୀର୍ଷ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ବର୍ଦ୍ଧିତ କରିଥିଲେ। ଏହି ପୁରସ୍କାର ପ୍ରାପ୍ତ କରିବାରେ ଆରତୀ ଥିଲେ ଦେଶର ପ୍ରଥମ ମହିଳା। ଭାରତୀୟ ମହିଳାଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଯାଇଥିଲେ ଆରତୀ ସାହ। ଏଥିଲାଗି ଭାରତୀୟ ଡାକ ବିଭାଗ ୧୯୯୮ ମସିହାରେ ତାଙ୍କ ସମ୍ମାନରେ ଏକ ଡାକଟିକେଟ୍ ମଧ୍ୟ ଜାରି କରିଥିଲେ। ତେବେ ଡାକ ବିଭାଗଙ୍କ ଡାକଟିକେଟ୍‌ ଜାରି ପର୍ଯ୍ୟନ୍ତ ଆରତୀ ଜୀବିତ ନଥିଲେ। ୨୪ ସେପ୍ଟେମ୍ବର ୧୯୯୪ରେ ମାତ୍ର ୫୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ଏଣୁ ଗୁଗଲ ସେପ୍ଟେମ୍ବର ୨୪କୁ ଏହି ମହାନ ମହିଳା ସନ୍ତରଣକାରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛି।    

   Related Posts