ନୂଆଦିଲ୍ଲୀ: ଇସ୍ରାଏଲ୍ ସହ କମ୍ପାନୀର ଚୁକ୍ତିକୁ ବିରୋଧ କରି ବିକ୍ଷୋଭ କରିଥିବା କର୍ମଚାରୀଙ୍କୁ ଛଟେଇ କଲା ଗୁଗଲ। ଟେକ୍ କମ୍ପାନୀ ବିଭିନ୍ନ ସହରରୁ ୨୮ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଇସ୍ରାଏଲ୍ ସହ ଗୁଗଲ କ୍ଲାଉଡ୍ କମ୍ପ୍ୟୁଟିଂ କଣ୍ଟ୍ରାକ୍ଟ ବା ନିମ୍ବସ ପ୍ରୋଜେକ୍ଟ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲା। ଏହାକୁ ବିରୋଧ କରି କର୍ମଚାରୀମାନେ ଗୁଗଲର ଦୁଇଟି ଅଫିସ୍ରେ ବିରୋଧ କରିଥିଲେ।
ଗତ ମଙ୍ଗଳବାର କିଛି କର୍ମଚାରୀ ଗୁଗଲ କ୍ଲାଉଡ ସିଇଓ ଥୋମାସ କୁରିଆନଙ୍କ କାର୍ଯ୍ୟାଳୟରେ ୮ ଘଣ୍ଟାରୁ ଅଧିକ ସମୟ ଧରି ବିରୋଧ କରିଥିଲେ। ଏହାପରେ ବାଧ୍ୟ ହୋଇ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ୨୮ ଜଣଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ବିଶୃଙ୍ଖଳିତ କର୍ମଚାରୀଙ୍କ ପାଇଁ କମ୍ପାନୀର କୌଣସି ସ୍ଥାନ ନାହିଁ। କମ୍ପାନୀ ଏହାର ବରଦାସ୍ତ କରିବ ନାହିଁ ବୋଲି ଗୁଗଲ କହିଛି।
ପଢ଼ନ୍ତୁ-ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି ଏଲନ ମସ୍କ
ଦି ଭର୍ଜର ରିପୋର୍ଟ ଅନୁସାରେ, ପ୍ରୋଜେକ୍ଟ ନିମ୍ବସକୁ ବିରୋଧ କରୁଥିବା ୨୮ କର୍ମଚାରୀଙ୍କୁ ଛଟେଇ କରାଯାଇଛି। କମ୍ପାନୀର ବିଶ୍ୱ ସୁରକ୍ଷା ମୁଖ୍ୟ କ୍ରିସ୍ ରାକୋ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି। ଏଭଳି ବ୍ୟବହାର ସହନ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।