ମହିଳା ବସ୍ଙ୍କ ଅଶାଳୀନ ପ୍ରସ୍ତାବ ନମାନିବାରୁ ଗଲା ଚାକିରି, ତୁଟିଲା ଗୁଗଲ ସହ ୧୬ବର୍ଷର ସମ୍ପର୍କ, କାରଣ କହିଲେ ଯୁବ ଏକ୍ସିକ୍ୟୁଟିଭ୍
31/01/2023 at 4:13 PM

ନୂଆଦିଲ୍ଲୀ: ମହିଳା ବସ୍ଙ୍କ ପ୍ରସ୍ତାବ ଗ୍ରହଣ ନକରିବାରୁ ଚାକିରିରୁ ବହିଷ୍କାର । ଏଭଳି ଅଭିଯୋଗ କରିଛନ୍ତି ଗୁଗୁଲ୍ର ଜଣେ ପୂର୍ବ କର୍ମଚାରୀ । ରିୟାନ୍ ଓଲୋହାନ ନାମକ ଜଣେ ବ୍ୟକ୍ତି କହିଛନ୍ତି, କମ୍ପାନୀର ଜଣେ ମହିଳା ଅଧିକାରୀ ତାଙ୍କୁ ଅଶାଳୀନ ପ୍ରସ୍ତାବ ଦେଇଥିଲେ, ହେଲେ ଏହାକୁ ସେ ପ୍ରତ୍ୟାଖାନ କରିବାରୁ ତାଙ୍କୁ ଚାକିରିରୁ ବାହାର କରାଯାଇଛି । ଗୁଗଲ ସହ ତାଙ୍କର ୧୬ ବର୍ଷର ସମ୍ପର୍କ ତୁଟିଛି ।
ଗତ ନଭେମ୍ବର ମାସରେ କର୍ମଚାରୀ ଜଣଙ୍କ ତାଙ୍କ ନାଁରେ ଏକ ମାମଲା ରୁଜୁ କରି କରିଥିଲେ । ଟିଫାନି ମିଲର ତାଙ୍କୁ ରାତ୍ରି ଭୋଜନ ସମୟରେ ଧରିଥିଲେ । ଏସୀୟ ଯୁବତୀ ମାନଙ୍କ ସହିତ ତାଙ୍କର ସମ୍ପର୍କ ରହିଛି ବୋଲି କହିଥିଲେ ।
ରିପୋର୍ଟ ଅନୁଯାୟୀ, ରେଷ୍ଟୁରାଣ୍ଟର ପରିଚାଳନା ନିର୍ଦ୍ଦେଶକ ଭାବରେ ଶ୍ରୀ ଓଲୋହାନଙ୍କ ପଦୋନ୍ନତି ପରେ ଫିଗ ମିଲର୍ ତାଙ୍କର ନୂତନ ଦଳର ଅଂଶ ଥିଲେ। ଏବାବଦରେ ଓଲୋହାନ ମନବସମ୍ବଳ ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିଲା । ଏଚଆର ଏହାକୁ ସ୍ବିକାର କରିଥିଲେ। ଓଲୋହାନ ଦାବି କରିଛନ୍ତି, ଅଭିଯୁକ୍ତ ତାଙ୍କୁ ସମାଲୋଚନା କରିବା ସହିତ ତାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ । ମିଲର ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ।
୨୦୨୨ରେ କମ୍ପାନୀ ତାଙ୍କୁ ବରିଷ୍କାର କରିଥିଲା । ଓଲୋହାନଙ୍କ କମ୍ପାନୀ ସହିତ ୧୬ ବର୍ଷର ସହଭାଗିତା ସମାପ୍ତ ହୋଇଛି ବୋଲି ନିୟୁର୍କ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ।