ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ : ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ କରି ୭୬ ବର୍ଷରେ ପାଦ ଦେଇଛି । ଏହି ଅବସରରେ ଦେଶବାସୀ ଖୁସି ଓ ଆନନ୍ଦ ମନାଉଛନ୍ତି । ପରସ୍ପରକୁ ସ୍ୱାଧିନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଉଛନ୍ତି । ଏଥିରୁ ବାଦ୍ ପଡିନି ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ । କମ୍ପାନୀ ସ୍ୱତନ୍ତ୍ର ଡୁଡଲ କରି ଶୁଭକାମନା ଜଣାଇଛି ।

ଗୁଗଲର ଡୁଡଲରେ ଆକାଶରେ ଗୁଡି ଉଡୁଥିବା ଦେଖିବାକୁ ମିଳିଛି । ଏଥିରେ ଭାରତ ସ୍ୱାଧିନତା ପରେ କେତେ ବିକାଶ କରିଛି ଓ କେତେ ଉଚ୍ଚତାକୁ ସ୍ପର୍ଶ କରିଛି ତାହା ଦର୍ଶାଯାଇଛି ।

ଗୁଡି ଉଡାଇବା ଭାରତୀୟ ସଂସ୍କୃତିର ଅଂଶବିଶେଷ

ଡୁଡଲରେ କେରଳର କଳା ସ୍ଥାନ ପାଇଛି । ଗୁଡି ଉଡାଇବା ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମାଧ୍ୟମରେ ଦେଶର ବିକାଶକୁ ପ୍ରଦର୍ଶନ କରାଯାଇଛି । ଏହାସହ ଗୁଡି ଉଚ୍ଚତା ଓ ଆତ୍ମବିଶ୍ୱାସର ପ୍ରତୀକ । ଜିଆଇଏଫ୍ ଆନିମେସନ୍ ଦ୍ୱାରା ଏହା ଅଧିକ ଆକର୍ଷକ ଲାଗିଛି ।

ସ୍ୱାଧିନତା ସଂଗ୍ରାମରୁ ଆଜି ଯାଏଁ ଆନନ୍ଦ ଉଲ୍ଲାସର ଦିନରେ ଗୁଡିକୁ ବ୍ୟବହାର କରାଯାଏ । ସ୍ୱାଧିନତା ସଂଗ୍ରାମୀମାନେ ଗୁଡିରେ ନାରା ଲେଖି ଆକାଶରେ ଉଡାଉଥିଲେ ।  ଏହାକୁ ଉଡାଇ ନିଜ ଭାବନା ସେମାନେ ବ୍ୟକ୍ତ କରୁଥିଲେ । ପ୍ରତିବର୍ଷ ସ୍ୱାଧିନତା ଦିବସରେ ଆକାଶରେ ଶହଶହ ଗୁଡି ଉଡୁଥିବା ଦେଖିବାକୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.