oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଚୀନକୁ ଆଉ ଏକ ଜୋରଦାର ଝଟକା ଦେଲା ଗୁଗଲ, ଡିଲିଟ୍ କଲା ୨୫୦୦ ୟୁଟ୍ୟୁବ ଚ୍ୟାନେଲ

6/08/2020 at 3:58 PM

ନୂଆଦିଲ୍ଲୀ, ୦୬|୦୮: ଗୁଗଲ ଚୀନ ସହ ଜଡିତ ପ୍ରାୟ ୨୫୦୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲକୁ ଡିଲିଟ କରିଦେଇଛି । ଏହି ଚ୍ୟାନେଲରେ ଭ୍ରମାତ୍ମକ ତଥ୍ୟ ପ୍ରଦର୍ଶିତ କରାଯାଉଥିଲା । ଫେକ୍ ନ୍ୟୁଜ ପ୍ରସାରଣ କରିବା କାରଣରୁ ଏହି ସବୁ ଚ୍ୟାନେଲକୁ ଡିଲିଟ୍ କରି ଦିଆଯାଇଛି ।

ଆଲ୍ଫାବେଟର ମାଲିକାନାରେ ଏକ କମ୍ପାନୀ କହିଛି ଯେ, ଏହି ସବୁ ୟୁଟ୍ୟୁବ ଚ୍ୟାନେଲକୁ ଏପ୍ରିଲରୁ ମେ ମଧ୍ୟରେ ହଟାଇ ଦିଆଯାଇଛି ।ଏପରି ଚୀନ ସହ ଜଡିତ ଇନଫ୍ଲୁଏନ୍ସ ଅପରେସନ ଆଧାରରେ କରାଯାଇଛି ।

ୟୁଟ୍ୟୁବ କହିଛି ଯେ, ଏହି ସବୁ ଚ୍ୟାନେଲରେ ସାଧାରଣତଃ ସ୍ପାମ, ନନ୍ ପଲିଟିକାଲ କଣ୍ଟେଣ୍ଟ ପୋଷ୍ଟ କରାଯାଉଥିଲା । କିନ୍ତୁ ଏଥିରେ ରାଜନୀତି ସମ୍ବନ୍ଧୀୟ କିଛି କଥା ମଧ୍ୟ ରହିଥିଲା । ଗୁଗଲ ନିଜ ତ୍ରୈମାସିକ ବୁଲେଟନିରେ ଏନେଇ ସୂଚନା ଦେଇଛି । ତେବେ ଏହି ସବୁ ଚ୍ୟାନେଲର ନାଁ ପ୍ରକାଶ କରାଯାଇ ନାହିଁ ।

ଆମେରିକାରେ ଅବସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଏହାପୂର୍ବରୁ ଚୀନ ବାରମ୍ବାର ଭ୍ରମ ଓ ମିଛ ଖବର ଦେଉଥିବା ଅଭିଯୋଗକୁ ଅସ୍ୱୀକାର କରିଆସିଛି ।

ସୂଚନାଯୋଗ୍ୟ, ନିକଟରେ ଭାରତ ଅନେକ ଚୀନ ଆପ୍‌କୁ ବ୍ୟାନ୍ କରିଥିଲା । ଏହା ବ୍ୟତୀତ ଅନ୍ୟ ଚୀନ ଆପ୍ ଉପରେ ମଧ୍ୟ କଡା ନଜର ରଖାଯାଉଛି । ଚୀନର ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକ୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି ।

   Related Posts