ଆପଣଙ୍କ ଫୋନ୍‌ରେ ଅଛି କି ଏହି ୮ଟି ଆପ୍ ? ତୁରନ୍ତ କରନ୍ତୁ ଡିଲିଟ୍, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | August 23, 2021 IST

ନୂଆଦିଲ୍ଲୀ ୨୩/୦୮ : ଟେକ୍ ଜଏଣ୍ଟ୍ ଗୁଗୁଲ୍ ତାହାର ପ୍ଲେ ଷ୍ଟୋରରୁ ଆଠଟି ଅତ୍ୟନ୍ତ ବିପଜ୍ଜନକ କ୍ରିପ୍ଟୋକରେନ୍ସି ଆପ୍ ରିମୁଭ୍ କରିଛି । ଏଥିରେ ବିଟଫଣ୍ଡସ୍, ବିଟକଏନ୍ ଭଳି ଆପ୍ ଅନ୍ତର୍ଭୁକ୍ତ । ଯଦି ଏହି ଆପଗୁଡ଼ିକ ଆପଣଙ୍କ ସ୍ମାର୍ଟଫୋନରେ ଏପର୍ଯ୍ୟନ୍ତ ଉପସ୍ଥିତ ଅଛି, ତେବେ ସେଗୁଡ଼ିକୁ ତୁରନ୍ତ ଡିଲିଟ୍ କରିଦିଅନ୍ତୁ । ଏହି ଆପ୍ ସାହାଯ୍ୟରେ, ୟୁଜର୍ସଙ୍କ ଆକାଉଣ୍ଟରୁ ସେମାନଙ୍କର ଡିଟେଲ୍ସ ଲିକ୍ ହେଉଛି । ବାସ୍ତବରେ, ହ୍ୟାକର୍ସ କ୍ରିପ୍ଟୋକରେନ୍ସି ପାଇଁ ଏହି ଆପକୁ ଇନ୍‌ଷ୍ଟଲ୍ କରିବା ପରେ, ବିଜ୍ଞାପନ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟକୁ ଏକ ପ୍ରକାର ଭାଇରସ୍ ପଠାଉଥିଲେ, ଯେଉଁଥିରୁ ସେମାନଙ୍କର ଡିଟେଲ୍ସ ସହଜରେ ଲିକ୍ ହୋଇଯାଉଥିଲା । ଗୁଗୁଲ ସେମାନଙ୍କୁ ତାହାର ପ୍ଲାଟଫର୍ମରୁ ହଟାଇ ଦେଇଛି ଏବଂ ୟୁଜରମାନଙ୍କୁ ଡିଲିଟ୍ କରିବାକୁ କହିଛି ।

ସିକ୍ୟୁରିଟି ଫର୍ମ ଟ୍ରେଣ୍ଡ ମାଇକ୍ରୋ ରିପୋର୍ଟ ଅନୁଯାୟୀ, ଏହି ଆଠଟି ଆପ ମାଧ୍ୟମରେ ୟୁଜର୍ ବିଜ୍ଞାପନ ଦେଖିବାକୁ ବାଧ୍ୟ ହୋଇଥିଲେ। ଏହି ଆପଗୁଡିକରୁ, ୟୁଜରମାନେ ମାସିକ ପ୍ରାୟ ୧,୧୧୫ ଟଙ୍କା ସବସ୍କ୍ରିପସନ୍ ନେଉଥିଲେ ଏବଂ ସେମାନଙ୍କ ଆକାଉଣ୍ଟରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହ୍ୟାକର୍ସଙ୍କ ନିକଟକୁ ଯାଉଥିଲା । ଆସନ୍ତୁ ଜାଣିବା କ’ଣ ରହିଛି ଏହି ଆଠଟି ଆପ୍ ।

BitFunds – Crypto Cloud Mining

Bitcoin Miner – Cloud Mining

Bitcoin (BTC) – Pool Mining Cloud Wallet

Crypto Holic – Bitcoin Cloud Mining

Daily Bitcoin Rewards – Cloud Based Mining System

Bitcoin 2021

MineBit Pro – Crypto Cloud Mining & btc miner

Ethereum (ETH) – Pool Mining Cloud

ରିପୋର୍ଟ ଅନୁଯାୟୀ, ୧୨୦ ରୁ ଅଧିକ ନକଲି କ୍ରିପ୍ଟୋକରେନ୍ସି ଆପ୍ ଅଛି, ଯାହା ୟୁଜର୍ସଙ୍କ ଡିଟେଲ୍ସକୁ କୌଣସି ନା କୌଣସି ସ୍ଥାନରେ କ୍ଷତି ପହଞ୍ଚାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.