ଆପଣଙ୍କ ବେଡରୁମର ପର୍ସନାଲ କଥା ଶୁଣୁଛନ୍ତି ଗୁଗଲ କର୍ମଚାରୀ ! ହୋଇଯାଆନ୍ତୁ ସାବଧାନ

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ ୧୩/୭: ଯଦି ଆପଣ ଗୁଗଲର ସ୍ମାର୍ଟ ହୋମ୍ ସ୍ପିକର ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ୍ ଆପଣଙ୍କ ବେଡରୁମର ପର୍ସନାଲ କଥା ବି ଶୁଣୁଛି। ଗୁଗଲ୍ ପାଇଁ କାମ କରୁଥିବା ଥାର୍ଡ଼ ପାର୍ଟି କର୍ମଚାରୀ ସ୍ମାର୍ଟଫୋନ୍,ହୋମ୍ ସ୍ପିକର ଏବଂ ସିକ୍ୟୁରିଟି କ୍ୟାମେରାରେ ଗୁଗଲ୍ ଆସିଷ୍ଟାଣ୍ଟ ମାଧ୍ୟମରେ ଆପଣଙ୍କ ବେଡରୁମର ସମସ୍ତ କଥା ଗୁପ୍ତ ଭାବେ ଶୁଣୁଛନ୍ତି। ସେହିଭଳି ରେକର୍ଡ଼ିଙ୍ଗରୁ ୟୁଜରଙ୍କ ଗୋପନୀୟତା ପ୍ରତି ଗମ୍ଭୀର ପ୍ରଶ୍ନ ଉଠୁଛି।

କମ୍ପାନୀ ସ୍ବୀକାର କରିଛି ଯେ ତାହାର ଡଚ୍ ଭାଷାରେ କିଛି ଅଡିଓ ସ୍ନିପେଟ ଲିକ୍ ହୋଇଛି। ଗୁଗଲର ଜଣେ ଅଧିକାରୀ ଲିକ୍ କଥାକୁ ସ୍ବୀକାର କରିଛନ୍ତି। ତାଙ୍କ କହିବାନୁସାରେ ତାଙ୍କର ପ୍ରାଇଭେସି ଏବଂ ସିକ୍ୟୁରିଟି ରେସପନ୍ସ ଟିମକୁ ଏହି ବିଷୟରେ ସୂଚନା ଦିଆଯାଇଛି ଏବଂ ସେମାନେ ଏହାର ଯାଞ୍ଚ କରି ଜରୁରୀ କାର୍ଯ୍ୟାନୁଷ୍ଠାନ ନେବେ। ଗୁଗଲ ହୋମ୍ ସ୍ପିକର ସହ ୟୁଜର୍ସଙ୍କ କଥାବାର୍ତ୍ତା ରେକର୍ଡ଼ କରାଯାଉଛି ଏବଂ ଅଡିଓ କ୍ଲିପ୍ ସବ-କଣ୍ଟ୍ରାକ୍ଟର୍ସଙ୍କୁ ପଠାଯାଉଛି ଯାହା ଗୁଗଲର ସ୍ପିଚ ରେକଗନାଇଜେସନରେ ସୁଧାର ପାଇଁ ଅଡିଓ ଫାଇଲକୁ ପରେ ଉପଯୋଗ କରିବା ପାଇଁ ଟ୍ରାନ୍ସସ୍କ୍ରିପ୍ଟ କରୁଛନ୍ତି।

ଏକ ହ୍ବିସଲବ୍ଲୋଅର ସାହାଯ୍ୟରେ ବିଆରଟି ଏନଡବ୍ୟୁଏସ୍ ପାଖାପାଖି ଏକ ହଜାର ଏକ୍ସପର୍ଟଙ୍କୁ କୁଗଲ ଆସିଷ୍ଟାଣ୍ଟ ଜରିଆରେ ଶୁଣିଥିଲେ। ଏହି ରେକର୍ଡ଼ିଙ୍ଗରୁ ଭଲ ଭାବେ ଲୋକଙ୍କ ଠିକଣା ଏବଂ ସମ୍ବେଦନଶୀଳ ସୂଚନାକୁ ଶୁଣିପାରୁଥିଲେ। ଅନେକ ପୁରୁଷମାନେ ପର୍ଣ୍ଣ ସର୍ଚ୍ଚ କରିଥିଲେ,ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆଦି କଥା ବିଷୟରେ ଜଣା ପଡ଼ିପାରିଥିଲା। ଏହି ସବୁ ସୂଚନା ରେକର୍ଡ଼ିଙ୍ଗ ଜରିଆରେ ଜଣା ପଡ଼ିଥିଲା।

କମ୍ବାନୀ ଏହି ମାମଲାରେ ତଦନ୍ତ ଆରମ୍ଭ କରି ଦେଇଛି କାରଣ କଣ୍ଟ୍ରାକ୍ଟର ଡାଟା ସିକ୍ୟୁରିଟି ପଲିସି ଉଲ୍ଲଘଂନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.