ନୂଆଦିଲ୍ଲୀ ୧୭।୨: ଭାରତର ୪୦୦ ରେଳ ଷ୍ଟେସନରେ ଉପଲବ୍ଧ ହେଉଥିବା ନିଶୁଳ୍କ ସାର୍ବଜନିକ ୱାଇ-ଫାଇ ସେବାରୁ ଓହରିଯିବେ ଗୁଗଲ। ସୋମବାର ଏ ନେଇ ଘୋଷଣା କରିଥିବା ବେଳେ ଲୋକଙ୍କ ପାଇଁ ଉପଯୋଗୀ ହେଉଥିବା ସାଇଟ୍ ମାନଙ୍କ ଲାଗି କେବଳ ଭାରତୀୟ ରେଳବାଇ ଓ ରେଲଟେଲ କର୍ପୋରେସନ ସହ ଜଡିତ ରହିବେ ବୋଲି କହିଛନ୍ତି।
{"id":225654,"width":577,"height":320,"sizeSlug":"large"}ଭାରତରେ ଗୁଗଲ ୨୦୧୫ ମସିହାରେ ଦେଶର ବ୍ୟସ୍ତତମ ରେଳ ଷ୍ଟେସନମାନଙ୍କରେ ଲୋକଙ୍କୁ ୱାଇ-ଫାଇ ଇଣ୍ଟରନେଟ୍ ସେବା ଯୋଗାଦେବାକୁ କାର୍ଯ୍ୟାରମ୍ଭ କରିଥିଲେ। ଏଥିରେ ୨୦୨୦ ମଧ୍ୟାବଧି ସୁଦ୍ଧା ଦେଶର ୪୦୦ ରେଳ ଷ୍ଟେସନରେ ଏହି ସେବା ଯୋଗାଇବାକୁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ଦେଶର ଟେଲିକମ କମ୍ପାନୀ ଓ ଆଇଏସପିମାନଙ୍କ ସହଯୋଗରେ ଗତ ଜୁନ ୨୦୧୮ ବେଳକୁ ଗୁଗଲ ତାଙ୍କର ଏହି ଲକ୍ଷ ହାସଲ କରିସାରିଥିଲେ। ଗୁଗଲର ପେମେଣ୍ଟସ ଓ ନେକ୍ସଟ ବିଲିୟନ ୟୁଜର୍ସର ଉପାଧ୍ୟକ୍ଷ ସିଜର ସେନଗୁପ୍ତା ଏକ ବିବୃତ୍ତିରେ କହିଛନ୍ତି। ତେବେ ଭାରତୀୟ ରେଳଙ୍କ ସହଭାଗୀତାରେ ଏହି କାମ କରିବା ପରେ ବିଶ୍ବର ଅନ୍ୟ ଦେଶମାନେ ମଧ୍ୟ ଗୁଗଲକୁ ଏଥିଲାଗି ମନୋନୀତ କରିଥିବା ବେଳେ ଏବେ କିନ୍ତୁ ଗୁଗଲ ଷ୍ଟେସନ କାର୍ଯ୍ୟକ୍ରମରୁ ଓହରି ଯିବାକୁ ଚାହୁଁଥିବା କହିଛନ୍ତି।
{"id":225655,"sizeSlug":"large"}ସେନଗୁପ୍ତା କହିଛନ୍ତି ଯେ ବିଶ୍ବର ଯେ କୌଣସି ଦେଶ ଅପେକ୍ଷା ଭାରତରେ ମୋବାଇଲ ଇଣ୍ଟରନେଟ୍ ସେବା ଅତ୍ୟନ୍ତ ଶସ୍ତା ଓ ସୁଲଭ। ଯେଉଁଥି ଲାଗି ଏବେ ଭାରତୀୟ ୟୁଜରମାନେ ମାସକୁ ଅନୁନ୍ୟ ୧୦ ଜିବି ପାଖାପାଖି ଡାଟା ବ୍ୟବହାର କରିପାରୁଛନ୍ତି। ଏଣୁ ଗତବର୍ଷଠାରୁ ଗୁଗଲ ଭାରତ ସମେତ ସମଗ୍ର ବିଶ୍ୱରେ ନିଶୁଳ୍କ ୱାଇ-ଫାଇ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଭାରତରୁ ଆରମ୍ଭ ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁର ୩୫ଟି ସ୍ଥାନରେ ଏବେ ଏଭଳି ସେବା ବନ୍ଦ କରିଦିଆଯାଇଛି।
{"id":225656,"width":581,"height":284,"sizeSlug":"large"}ଏଭଳି ସେବା ଯୋଗାଇ ଦେବାକୁ ଆବଶ୍ୟକ ହେଉଥିବା ଭିତ୍ତି ଭୂମି ଓ ବାବଦରେ ହେଉଥିବା ଖର୍ଚ୍ଚ ହିଁ ଏଥିଲାଗି ବାଧ୍ୟ କରୁଥିବା ସେନଗୁପ୍ତା କହିଛନ୍ତି। ଏଣୁ ଏ ବାବଦରେ ହେଉଥିବା ବ୍ୟୟରେ ଏହା ବଦଳେ ନେକ୍ସଟ ବିଲିୟନ ୟୁଜରଙ୍କ ଲାଗି ଏହାଠୁ ଆହୁରି ଅନେକ ଅଧିକ ବି କରାଯାଇପାରିବ ବୋଲି ସେନଗୁପ୍ତା କହିଛନ୍ତି।