Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଗୁଗୁଲ୍ ଓ ଆପଲ୍‌ ବ୍ୟାନ୍‌ କଲା ୮ଲକ୍ଷରୁ ଅଧିକ ବିପଜ୍ଜନକ ଆପ୍ : ଶୀଘ୍ର ଫୋନ୍‌ରୁ କରନ୍ତୁ ଡିଲିଟ୍

24/09/2021 at 11:55 AM

ନୂଆଦିଲ୍ଲୀ ୨୪/୦୯ : ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଜ୍ଜନକ ଆପକୁ ବ୍ୟାନ୍ କରି ଦେଇଛନ୍ତି । ଏକ ସୂଚନାରୁ ଜଣାପଡ଼ିଛି ଯେ, ୨୦୨୧ ମସିହା ଜୁନ୍ ମାସ ମଧ୍ୟରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପକୁ ଡିଲିଟ କରିଦିଆଯାଇଛି । ଏହି ଆପଗୁଡ଼ିକୁ ଗୁଗଲ ପ୍ଲେ ଷ୍ଟୋରରୁ ୯ ଅରବ ଥର ଡାଉନଲୋଡ୍ କରାଯାଇଥିଲା । ସେହିପରି ଆପଲ ଆପ ଷ୍ଟୋରରୁ ଏହି ଆପଗୁଡ଼ିକୁ ହଟାଯିବା ପୂର୍ବରୁ ୨.୧ କୋଟି ରିଭ୍ୟୁଜ୍ ଓ ରେଟିଂ ଥିଲ । ତେଣୁ ଆପ ଷ୍ଟୋରରୁ ଏହି ଆପକୁ ହଟାଯିବା ପରେ ମଧ୍ୟ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଏହା ଉପଲବ୍ଧ ଥିବା ଅନୁମାନ କରାଯାଉଛି।

ରିପୋର୍ଟରୁ ଜଣାପଡ଼ିଛି ଯେ, ଗୁଗୁଲ ପ୍ଲେ ଷ୍ଟୋରର ୮୬ ପ୍ରତିଶତ ଓ ଆପଲ ଆପ ଷ୍ଟୋରର ୮୯ ପ୍ରତିଶତ ଆପ୍ ୧୨ ବର୍ଷ ଓ ତା’ଠାରୁ କମ୍ ବୟସର ପିଲାଙ୍କୁ ଟାର୍ଗେଟ୍ କରିଥିଲା । ୨୫ ପ୍ରତିଶତ ପ୍ଲେ ଷ୍ଟୋର ଆପ ଓ ୫୯ ପ୍ରତିଶତ ଆପ ଷ୍ଟୋର ଆପରେ କୌଣସି ପ୍ରାଇଭେସି ପଲିସି ନଥିବା ନୋଟିସରେ କୁହାଯାଇଥିଲା । ୨୬ ପ୍ରତିଶତ ଆପ ରୁଷ୍ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଯାଇଥିଲା ଓ ୬୦ ପ୍ରତିଶତ ଆପ ଚୀନର ଆପ ଷ୍ଟୋରରେ ଲିଷ୍ଟରେ ଥିଲେ । ଚୀନର ଆପ ଷ୍ଟୋରରେ କୌଣସି ପ୍ରାଇଭେସି ପଲିସି ନଥିଲା । ତେବେ ଏଥିରୁ ହଟାଯାଇଥିବା ପ୍ରାୟ ୬୬ ପ୍ରତିଶତ ଗୁଗୁଲ ଆପରେ ଅତିକମରେ ଗୋଟିଏ ବିପଜ୍ଜନକ ପରମିଶନ ଥିଲା । ଏହି ଆପଗୁଡ଼ିକ ଡାଟା ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରନ୍ତି । ଫଳରେ ସିଷ୍ଟମ ଓ ଅନ୍ୟ ଆପ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ହଟାଯାଇଥିବା କିଛି ଆପ ମୋବାଇଲ କ୍ୟାମେରା ପର୍ଯ୍ୟନ୍ତ ସହଜରେ ପହଞ୍ଚିଯିବା ସହ ଏଥିରେ ଜିପିଏସ୍ କୋର୍ଡିନେଟର ମଧ୍ୟ ଥିଲା ।

   Related Posts