‘ପଦ୍ମ ଭୂଷଣ’ରେ ସମ୍ମାନୀତ ହେଲେ Google ସିଇଓ ସୁନ୍ଦର ପିଚାଇ

Published By : Prameya-News7 Bureau | December 03, 2022 IST

ସାନଫ୍ରାନସିସ୍କୋ ୩।୧୨: ଗୁଗଲ ଓ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କୁ ବ୍ୟାପାର ଓ ଉଦ୍ୟୋଗ ଶ୍ରେଣୀରେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନୀତ କରାଯାଇଛି। ଆମେରିକାରେ ଭାରତୀୟ ଦୂତଙ୍କଠାରୁ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରି ପିଚାଇ କହିଛନ୍ତି ଯେ ‘ଭାରତ ମୋର ଏକ ଅଂଶ ଓ ମୁଁ ଯୁଆଡେ ବିଯାଏ ତାକୁ ମୋ ସାଙ୍ଗରେ ନେଇଯାଇଥାଏ’। ସୁନ୍ଦର ପିଚାଇ ଶୁକ୍ରବାର ନିଜ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ମାନ ଗ୍ରହଣ କରିଛନ୍ତି।

ଚଳିତବର୍ଷ ପ୍ରାରମ୍ଭରେ ୧୭ ପୁରସ୍କାର ବିଜେତାଙ୍କ ମଧ୍ୟରେ ପିଚାଇଙ୍କୁ ମଧ୍ୟ ନାମିତ କରାଯାଇଥିଲା। ତେବେ ତାଙ୍କୁ ସାନଫ୍ରାନସିସ୍କୋରେ ପଦ୍ମ ପୁରସ୍କାର ପ୍ରଦାନ କରି ଭାରତୀୟ ଦୂତ ତରନଜିତ ସିଂହ ସନ୍ଧୁ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି। ମଦୁରାଇରୁ ମାଉଣ୍ଟେନ ଭ୍ୟୁ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଭାରତଓ ଆମେରିକା ବୈଷୟିକ ଓ ଆର୍ଥିକ ସମ୍ପର୍କକୁ ମଜଭୁତ କରୁଥିବା ସନ୍ଧୁ କହିଛନ୍ତି।

{"id":716577,"sizeSlug":"full","linkDestination":"none"}

ଅପରପକ୍ଷେ ଏହି ପୁରସ୍କାର ଲାଗି ସୁନ୍ଦର ପିଚାଇ ଏହି ଅପାର ସମ୍ମାନ ଲାଗି ଭାରତ ସରକାର ଓ ଭାରତୀୟ ଲୋକଙ୍କ ନିକଟରେ ମୁଁ ହୃଦୟରୁ କୃତଜ୍ଞ ବୋଲି କହିଛନ୍ତି। ମୋତେ ଆକାର ଦେଇଥିବା ଦେଶ ଦ୍ୱାରା ଏପରି ସମ୍ମାନୀତ କରାଯିବା ଅବିଶ୍ୱସନୀୟ ଭାବେ ସାର୍ଥକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତରେ କରାଯାଇଥିବା ଇନୋଭେସନ ଡିଜିଟାଲ ପେମେଣ୍ଟରୁ ଆରମ୍ଭ କରି ଭଏସ୍ ଟେକ୍ନୋଲଜି ସାରା ବିଶ୍ୱରେ ଲୋକଙ୍କୁ ଲାଭବାନ କରୁଛି।

ସେହିପରି ଗୁଗଲ ଓ ଭାରତ ମଧ୍ୟରେ  ପାର୍ଟନରସିପ୍‌ ଜାରି ରହିବ  ବୋଲି ଆଶା ବ୍ୟକ୍ତ କରୁଥିବା କହିଛନ୍ତି। କାରଣ ପ୍ରଯୁକ୍ତିର ଲାଭ ଅଧିକରୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆମେ ମିଳିତ କାମ କରୁଥିବା ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.