oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବର୍ଷ ୨୦୨୦ ରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକା ଜାରି କଲା ଗୁଗଲ୍, ଟପ୍ ୧୦ରେ ଅଛନ୍ତି…

10/12/2020 at 4:00 PM

ନୂଆଦିଲ୍ଲୀ ୧୦/୧୨ : ଗୁଗଲ ଜାରି କରିଛି ୨୦୨୦ ର ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ନାଁ। ଟପ୍ ୧୦ ରେ ଅଛନ୍ତି ଅନେକ ଭାରତୀୟ ଅଭିନେତା ଅଭିନେତ୍ରୀ। ଜାଣନ୍ତୁ ଟପ୍ ୧୦ରେ କିଏ କିଏ ଅଛନ୍ତି :

. ଜୋ ବାଇଡେନ୍ ବର୍ଷ ୨୦୨୦ରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରଥମେ ଅଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍। ତାଙ୍କୁ ସବୁଠାରୁ ଅଧିକ ଭାରତୀୟ ହିଁ ସର୍ଚ୍ଚ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ସେ ଚର୍ଚ୍ଚାକୁ ଆସିଥିଲେ।

. ଅର୍ଣ୍ଣବ ଗୋସ୍ୱାମୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରିପବ୍ଲିକ ଟିଭି ସମ୍ପାଦକ ତଥା ଟିଭି ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ। ଚଳିତ ବର୍ଷ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଛି। ତାଙ୍କୁ ମଧ୍ୟ ଗୁଗଲରେ ଲୋକେ ବହୁତ ସର୍ଚ୍ଚ କରିଛନ୍ତି।

. କନିକା କପୁର ଲକଡାଉନ ପୂର୍ବରୁ ସିଙ୍ଗର କନିକା କପୁର କରୋନା ସଂକ୍ରମଣର ଶିକାର ହୋଇଥିଲେ। ଭାରତରେ ସେ ପ୍ରଥମ ସେଲିବ୍ରିଟି ଯିଏ କରୋନାରେ ସଂକ୍ରମିତ ହୋଇଥିଲେ। ଗୁଗଲରେ ଲୋକେ ତାଙ୍କୁ ଖୁବ ସର୍ଚ୍ଚ କରିଛନ୍ତି। ଯାହାଫଳରେ ସେ ଟପ ୧୦ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।

. କିମ୍  ଜୋଙ୍ଗ ଉନ୍ ନର୍ଥ କୋରିଆ ଶାସକ କିମ୍  ଜୋଙ୍ଗ ଉନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। କିନ୍ତୁ ଚଳିତ ବର୍ଷ ସବୁଠାରୁ ଅଧିକ ସର୍ଚ୍ଚ ପର୍ସନାଲିଟି ୨୦୨୦ ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ଲୋକେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରିଛନ୍ତି।

. ଅମିତାଭ ବଚ୍ଚନ ବଲିଉଡ ଶହିଂନଶା ଅମିତାଭ ବଚ୍ଚନ ବହୁତ ଲୋକପ୍ରିୟ। ସବୁବେଳେ ଲୋକେ ତାଙ୍କ ବିଷୟରେ କିଛି ନା କିଛି ସର୍ଚ୍ଚ କରିଥାନ୍ତି। ଚଳିତ ବର୍ଷ ସେ ଏହି ତାଲିକାରେ ପଞ୍ଚମ ସ୍ଥାନ ଅକ୍ତିଆର କରିଛନ୍ତି। ସେ କରୋନା ସଂକ୍ରମଣର ଶିକାର ହେବାପରେ ଲୋକେ ଗୁଗଲ ତାଙ୍କୁ ବହୁତ ସର୍ଚ୍ଚ କରିଥିଲେ।

. ରଶିଦ ଖାନ ଏହି ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି ରଶିଦ ଖାନ। ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ନିଜର ଆକର୍ଷଣୀୟ ଖେଳ ପାଇଁ ଖୁବ ଲୋକପ୍ରିୟ। ନିଜ ଖେଳ ପାଇଁ ସେ ଜଣାଶୁଣା। ଚଳିତ ବର୍ଷ ଭାରତୀୟ ତାଙ୍କୁ ଗୁଗଲରେ ବହୁତ ସର୍ଚ୍ଚ କରିଛନ୍ତି।

. ରିୟା ଚକ୍ରବର୍ତ୍ତୀ ଏହି ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି ରିୟା ଚକ୍ରବର୍ତ୍ତୀ। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚର୍ଚ୍ଚାକୁ ଆସିଥିଲେ। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାର ତାଙ୍କ ନାଁ ସାମ୍ନାକୁ ଆସିଥିଲା। ଡ୍ରଗ୍ସ ମାମଲାରେ ରିୟା ଓ ତାଙ୍କ ଭାଇଙ୍କୁ ଜେଲକୁ ମଧ୍ୟ ଯିବାକୁ ପଡିଥିଲା। ସେଥିପାଇଁ ଗୁଗଲରେ ତାଙ୍କୁ ବହୁତ ସର୍ଚ୍ଚ କରାଯାଇଥିଲା।

. କମଳା ହ୍ୟାରିସ୍ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିତ୍ୱ ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ୍। ତାଙ୍କ ମା’ ତାମିଲନାଡୁର। ସେଥିପାଇଁ ଆମେରିକାରେ ସେ ଜିତିବା ପରେ ଭାରତରେ ମଧ୍ୟ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ଏବଂ ଗୁଗଲରେ ଅଧିକ ସର୍ଚ୍ଚ ମଧ୍ୟ ହୋଇଥିଲା।

. ଅଙ୍କିତା ଲୋଖଣ୍ଡେସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ଲୋକେ ଗୁଗଲରେ ବହୁତ ସର୍ଚ୍ଚ କରିଛନ୍ତି। ଅଙ୍କିତା ଓ ସୁଶାନ୍ତ ପ୍ରଥମେ ପବିତ୍ର ରିସ୍ତାରେ କାମ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା।

୧୦. କଙ୍ଗନା ରଣାୱତ୍ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ତାଲିକାରେ ପଙ୍ଗା କ୍ୱିନ କଙ୍ଗନା ରଣାୱତଙ୍କ ନାଁ ମଧ୍ୟ ସାମିଲ ରହିଛି। କଙ୍ଗନା କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରୁ ଆରମ୍ଭ କରି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିବା ମାମଲାରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଛି।

   Related Posts