ରାଜଧାନୀରେ ବଡ଼ ଧରଣର ଲୁଟ୍, ଗ୍ରୀଲ ତାଡ଼ି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
8/02/2023 at 10:44 PM

ଭୁବନେଶ୍ବର, ୦୮/୦୨: ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍। ଶିଶୁପାଳଗଡ଼ ସ୍ଥିତ ଶଙ୍ଖ ନଗରରେ ହୋଇଛି ଏହି ଲୁଟ୍। ଲୁଟେରା ଘର ଗ୍ରୀଲ୍ ଭାଙ୍ଗି କଳା କନା ବୁଲାଇଛନ୍ତି। ଦାମୀ ସୁନା ଚୁଡ଼ି, କାନଫୁଲ ଆଦି ଗହଣା, ସ୍କୁଟି, ଏଲଇଡି ଟିଭି ସାଙ୍ଗକୁ ଏକାଧିକ ଗ୍ୟାସ୍ ସିଲିଣ୍ଡର ଲୁଟି ନେଇଛନ୍ତି। ତେବେ ଲୁଟ୍ ନେଇ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଏ ଯାଏଁ ଲୁଟେରାଙ୍କ ଟେର୍ ପାଇନି ପୁଲିସ୍।
ସୂଚନା ଅନୁଯାୟୀ, ଧଉଳି ଥାନା ଅଧୀନସ୍ଥ ଶଙ୍ଖ ନଗର ପ୍ଲଟ ନମ୍ବର ୫୦୫ ରୁ ଲୁଟ୍ କରିଛନ୍ତି ଲୁଟେରା। ଘରର ଲକ୍ଷାଧିକ ଟଙ୍କାର ଲୁଟିଛନ୍ତି। ଘରର ମାଲିକ ଭାରତୀ ସାହୁଙ୍କ କହିବା ଅନୁଯାୟୀ କୌଣସି ଏକ କାମରେ ସେ କଟକ ଯାଇଥିଲେ ଏବଂ ଘରେ ଭଡ଼ାରେ ଭଡ଼ାଟିଆ ମଧ୍ୟ ବାହାରକୁ ଯାଇଥିବାବେଳେ ଘରର ଗ୍ରୀଲ ତାଡ଼ି ସମସ୍ତ ଜିନିଷପତ୍ର ନେଇ ଯାଇଛନ୍ତି ଲୁଟେରା।
ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ଧଉଳି ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଚାବି ପେନ୍ଥା ଓ ଛେଣୀକୁ ଜବତ୍ କରିଛି। ତେବେ ଘଟଣାକୁ ଅନେକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏ ପୁଲିସ୍ ଅପରାଧୀଙ୍କ ଟେର ପାଇନି।