ଚଳନ୍ତା ଟ୍ରେନରୁ ତେଲ ଚୋରିର Video ଭାଇରାଲ, ଜାଣନ୍ତୁ କେଉଁଠି ହେଉଛି ଚୋରି?

Published By : Prameya-News7 Bureau | December 06, 2022 IST

ପାଟନା ୬।୧୨:  ବିହାରରେ ଚୋରି ଏବେ ଦେଶରେ ବେଶ ପପୁଲାର । ଆପଣ ଭାବୁଥିବେ ଆମେ ଏଠାରେ ଏପରି କଣ କହିବାକୁ ଯାଉଛୁ। ତେବେ ଚାଲନ୍ତୁ ଏପରି ଚୋରି ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖି ଲୋକଙ୍କ ହୋସ ଉଡି ଯାଉଛି। କିଛି ସମୟ ପୂର୍ବରୁ ବିହାରରେ ମୋବାଇଲ ଟାୱାର ଓ ପୋଲ ଚୋରି ହେବାର ଖବର ଆପଣ ପଢିଥିଲେ। ଏବେ ଦେଖନ୍ତୁ ଚଳନ୍ତା ଟ୍ରେନରୁ ଲୋକେ କିପରି ଜୀବନକୁ ବାଜିରେ ଲଗାଇ ତେଲ ଚୋରି କରୁଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ବିହାରୀ ଚୋରଙ୍କୁ ଚଳନ୍ତା ରେଳ ଗାଡିରୁ ତେଲ ଚୋରାଉଥିବାର ଦୁଃସାହାସିକ କାମ କରୁଥିବାର ଦେଖିବାକୁ ମିଳୁଛି। ଚୋରମାନେ ପାଟନାର ଏକ ପ୍ରଶାସନିକ ଅନୁମଣ୍ଡଳ ବିହଟା ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କରିଛନ୍ତି। ଭିଡିଓକୁ ଏକ ଟ୍ୱିଟର ୟୁଜର ପୋଷ୍ଟ କରିଛନ୍ତି ଓ ଉଲ୍ଲେଖ କରିଛନ୍ତି ଯେ ବିହାରରେ ଚଳନ୍ତା ଗୁଡସ୍ ଟ୍ରେନରୁ ଚୋରି ହେଉଛି ତେଲ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ଏହି ଭିଡିଓଟି  ବିହାର ପାଟନା ଜିଲ୍ଲା ବିହଟା ନଗରର। ଚୋର ଚଳନ୍ତା ମାଲଗାଡିର ଅଏଲ ଟ୍ୟାଙ୍କରରୁ ବାଲଟିରେ ତେଲ କାଢି ନେଉଛନ୍ତି। ଏପରି ଲାଗୁଛି ଯେପରି କେହି ତେଲ ଚୋରି ସମୟରେ ଚୋରଙ୍କ କର୍ତ୍ତୃତ୍ୱକୁ ମୋବାଇଲ ଫୋନରେ ରେକର୍ଡିଂ କରି ନେଇଛି ଓ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ତେଲ ବୋଝେଇ ଟ୍ୟାଙ୍କର ନେଇ ଯାଉଥିବା ଟ୍ରେନ ଉପରେ ସ୍ଥାନୀୟ ଲୋକେ ଚଢଉ କରିଦେଇଛନ୍ତି ଓ ନିଜନିଜ ବାଲ୍ଟିରେ ତେଲ ଭରି ନେବାକୁ ଦଉଡ ଲଗାଇଥିବାର ଦେଖାଯାଉଛି।

ଭିଡିଓରେ ଦେଖୁ ପାରୁଥିବେ ଚୋର ମାନେ ନିଜନିଜ ବାଲ୍ଟି ତେଲ ଭରୁଥିବା ବେଳେ ମଝିରେ ଏକ ରେଳ ବ୍ରିଜ ମଧ୍ୟ ଆସୁଛି। ହେଲେ ଚୋରମାନେ ନିଜ ଜୀବନକୁ ଖାତିର ନ କରି ବେଶ ସହଜରେ ମାଲଗାଡିରୁ ତେଲ କାଢି ନେଉଛନ୍ତି। ମାଲଗାଡି ନିଜ ଗନ୍ତବ୍ୟରେ ପହଞ୍ଚିବା ପୂର୍ବରୁ ଚୋର ମାନେ ତୈଳ ଚୋରି କରିବାକୁ ଝପଟି ପଡୁଛନ୍ତି, ଯାହା କଥିତ ରୂପେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ତୈଳ ଡିପୋକୁ ଯାଉଥିବା ବେଳେ ଚୋରମାନେ ଏଥିରୁ ତେଲ କାଢି ନେଉଛନ୍ତି। ବିହାର ବାଙ୍କା ଜିଲ୍ଲାରେ ୨ କିଲୋମିଟର ଦୀର୍ଘ ରୋଡ ଚୋରି ହେବା ଓ ପରେ ଅମିୟାବର ଗାଁର ୪୫ ବର୍ଷ ପୁରୁଣା ଲୁହା ପୋଲକୁ ଚୋରାଇ ନେବା ପରେ ଏହି ଭିଡିଓଟି ଭାଇରାଲ ହେଉଛି। ତେବେ ଏ ପର୍ଯ୍ୟନ୍ତ ଚୋରୀର ଏହି ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନର ସୂଚନା ମିଳି ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.