ବଡବିଲ ରେଳ ସାଇଡିଂରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

Published By : Prameya-News7 Bureau | January 11, 2022 IST

ବଡବିଲ ୧୧।୧: ବଡ଼ବିଲ ରେଳ ସାଇଡିଂରେ ଆଇରନ୍ ଫାଇନ୍ସ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ।  ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହେବା ସହ ବଗିର ଚକ ଭାଙ୍ଗି ବାହାରିଯାଇଛି । ଏଥିସହ  ଶହେ ମିଟରରୁ ଉର୍ଦ୍ଧ୍ବ ରେଳ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି ।  ରେଳ ସାଇଡିଂର ୫ ନମ୍ବର ଟ୍ରାକରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ଏହି ଫାଇନ୍ସ ବୋଝେଇ ମାଲବାହୀ ଟ୍ରେନଟି ସାଇଡିଂରୁ ବାହାରିବା ସମୟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରାକକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରେଳ ବିଭାଗ ଉଦ୍ୟମ ଚଳାଇଛି ।

ସାଉଥ ଇଷ୍ଟର୍ଣ୍ଣ ରେଲୱେର ଡଙ୍ଗୁଆପଶିରୁ ରିଲିଫ ଟ୍ରେନ ଆସିବା ସହ ଚକ୍ରଧରପୁରରୁ ଟେକ୍ନିକାଲ ଟିମ୍  ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଚଳାଇଛନ୍ତି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ସେନେଇ କିଛି ସ୍ପଷ୍ଟ  ହୋଇପାରିନାହିଁ ।  ଓଭର ଲୋଡିଂ ଯୋଗୁଁ  ଅଥବା ଏକ ପାଖିଆ ଲୋଡିଂ ଫଳରେ ୨ଟି ବଗି ଲାଇନଚ୍ୟୁତ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପ୍ରକୃତ କାରଣ  କ'ଣ ରହିଛି ସେନେଇ ରେଳବାଇ ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ ।  ଏହି ଘଟଣା ପରେ ବଡ଼ବିଲ ରେଳ ସାଇଡିଂରେ ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.