ବାଣିବିହାରରେ ୱାଗନରୁ ଅଲଗା ହେଲା ମାଲ୍ବାହୀ ଟ୍ରେନ୍, ୪୦୦ ମିଟର ପଳାଇଗଲା
15/07/2023 at 9:00 PM

ଭୁବନେଶ୍ୱର: ବଗିରୁ ଅଲଗା ହେଲା ମାଲ୍ବାହୀ ଟ୍ରେନ୍। ଭୁବନେଶ୍ୱର ବାଣୀବିହାର ରେଳ ଷ୍ଟେସନ ନିକଟରେ ସନ୍ଧ୍ୟା ୬ଟା ବେଳେ ଘଟଣା ଏଭଳି ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନର ଅଧା ୱାଗନ ଅଲଗା ହୋଇ ୪୦୦ ମିଟର ପଳାଇଯାଇଥିଲା।
ପଛରେ ଆଉ ୨୫ ଟି ୱାଗନ ଅଟକି ଯାଇଥିଲା। ଏମିତି ଏକ ଘଟଣା ଘଟିବା ପରେ ତୁରନ୍ତ ଟ୍ରେନ ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ। ଟ୍ରେନ୍ଟି କାୟରରୁ ବାହାରି ତାଳଚେର ମେରମୁଣ୍ଡଳି ଯାଉଥିବା ସୂଚନା ମିଳିଛି।
ନିକଟରେ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗା ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ଏବେ ବି ମନରୁ ଲିଭି ନାହିଁ। ଦୁର୍ଘଟଣାରେ ସରକାରୀ ଭାବେ ୨୯୩ ଲୋକଙ୍କ ମୃତ୍ୟୁ ହୋଇଥିଲା। ଲୋକେ ମାସାଧିକାକାଳ ପରିବାରର ଶବ ନେବାକୁ ଭୁବନେଶ୍ୱର ଏମ୍ସରେ ଅଟକି ରହିଥିଲେ। ତେଣୁ ଟ୍ରେନ୍ ଦୁର୍ଘଟଣା ଘଟିବା ମାତ୍ରେ ଲୋକଙ୍କ ମନରେ ଛନକା ପଶୁଛି।
ପଢ଼ନ୍ତୁ-ବାହାନଗା ଟ୍ରେନ୍ ଟ୍ରାଜେଡି : ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ସିବିଆଇର ଜେରା