ମାଲବାହୀ ଟ୍ରେନ୍ରୁ ହଠାତ୍ ଅଲଗା ହୋଇଗଲା ଇଞ୍ଜିନ, ପରେ ଚଳାଚଳ ସ୍ୱାଭାବିକ
27/07/2023 at 4:00 PM

ଚଣ୍ଡିଖୋଲ ୨୭।୭: ମାଲବାହୀ ଟ୍ରେନରୁ ହଠାତ ଅଲଗା ହୋଇଗଲା ଇଞ୍ଜିନ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥରେ । ଗୁରୁବାର ସକାଳୁ ପାରାଦୀପରୁ ହରିଦାସପୁର ଅଭିମୁଖେ ଯାଉଥିବା ସମୟରେ ପତରାଜପୁର ନିକଟରେ ହଠାତ ଇଞ୍ଜିନଟି ମାଲବାହୀ ଟ୍ରେନରୁ ଅଲଗା ହୋଇଯାଇଥିଲା ।

ବଗି ଛାଡି କିଛି ବାଟ ଇଞ୍ଜିନ ପଳାଇ ଯାଇଥିବା ବେଳେ କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ଇଞ୍ଜିନକୁ ଲଗାଇବାରୁ ଏହି ମାଲବାହୀ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି ସଜାଗ ହେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି ।
You Can Read :
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023