ପ୍ରଥମ ଦିନରେ କେତେ କଲେକନ୍ସ୍‌ କରିବ ଅମିତାଭ-ରଶ୍ମିକାଙ୍କ ଫିଲ୍ମ 'Goodbye'

Published By : Prameya-News7 Bureau | October 07, 2022 IST

ମୁମ୍ଵାଇ ୦୭।୧୦: ନ୍ୟାସନାଲ କ୍ରସ୍ ନାମରେ ଜଣାଶୁଣା ରଶ୍ମିକା ମନ୍ଦନା। ବଲିଉଡ ଶେହନଶା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଫିଲ୍ମ ଗୁଡ୍‌ ବାଏ ହଲରେ ରିଲିଜ୍‌ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । ଏହାର ଗୀତ ଏବଂ ଟ୍ରେଲର-ଟିଜର ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ଏଭଳି ପରିସ୍ଥିତିରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ କେତେ ରୋଜଗାର କରିପାରିବ ।

ଗୁଡବାଏ ଏକ ହୃଦୟସ୍ପର୍ଶୀ ପାରିବାରିକ ଚଳଚ୍ଚିତ୍ର । ରଶ୍ମିକା ମନ୍ଦନା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ପୁଷ୍ପାଙ୍କ ସଫଳତା ପରଠାରୁ ରଶ୍ମିକାଙ୍କ ପ୍ରଶଂସକମାନେ ଭାରତରେ ମଧ୍ୟ ବୃଦ୍ଧି ପାଇଛନ୍ତି । ରିଲିଜ୍ ହୋଇଥିବା ଫିଲ୍ମ ବଡ ବଜେଟ୍ ଫିଲ୍ମ ନୁହେଁ । ଏହାର ବଜେଟ୍ ପ୍ରାୟ ୨୦ କୋଟି ଟଙ୍କା । ଫିଲ୍ମଟି ୨ ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ। ‘ଗୁଡବାଏ’ର କାହାଣୀ ଏକ ପରିବାର ଉପରେ ଆଧାରିତ ସାଧାରଣ ପରିବାର ଆଜିକାଲି ଦେଖିବାକୁ ଭଲ ପାଇବେଫିଲ୍ମରେ ଅନେକ ହସ ମଜାକ୍‌ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.