ଚର୍ଚ୍ଚାରେ ପୁଣି ଗଙ୍ଗାଧର : ପେନ୍‌ସନ୍‌ ଟଙ୍କାରେ ନିର୍ମାଣ କରିଥିଲେ ପୋଲ, ଆଉ ଏବେ କରୁଛନ୍ତି ରାସ୍ତା

Published By : Prameya-News7 Bureau | December 29, 2021 IST

ଆନନ୍ଦପୁର ୨୯।୧୨: ପୁଣି ଚର୍ଚ୍ଚାରେ ଗଙ୍ଗାଧର । ଦିନେ ପେନ୍‌ସନ୍‌ ଟଙ୍କାରେ ପୋଲ ନିର୍ମାଣ କରିଥିଲେ । ଆଉ ଏବେ କରୁଛନ୍ତି ରାସ୍ତା । ନିଜ ପେନସନ ଅର୍ଥରେ ଗାଁ ଲୋକଙ୍କ ପାଇଁ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ କାନାପୁର ଗାଁର ଗଙ୍ଗାଧର ରାଉତ ଏବେ ରାସ୍ତା ନିର୍ମାଣ କରିଛନ୍ତି ।

ଖବର ଅନୁଯାୟୀ, କାନପୁର ଗାଁ ନିକଟ ଶାଳନ୍ଦୀ ନଦୀ ଉପରେ ନିର୍ମିତ ପୋଲକୁ  ସରକାରୀ ସହାୟତା ବିନା  ନିର୍ମାଣ ହୋଇଛି ।  ଏହି ପୋଲ ନିର୍ମାଣ କରିଥିବା ବ୍ୟକ୍ତି ମଧ୍ୟ କେହି ଜଣେ ପୁଞ୍ଜିପତି କିମ୍ବା ଶିଳ୍ପପତି ନୁହଁନ୍ତି । ସେ ଜଣେ ସାଧାରଣ ମଣିଷ , କାନପୁର ଗାଁର ନିବାସୀ ଗଙ୍ଗାଧର ରାଉତ । ପ୍ରାଣିଧନ ନିରିକ୍ଷକ ଭାବେ ଚାକିରି କରିଥିବା ଏହି ବ୍ୟକ୍ତି ଜଣକ ଚାକିରିରୁ ଅବସର ନେବାପରେ ଗାଁ ଲୋକଙ୍କ ପାଇଁ ନିଜ ପୁରା ପେନସନ ଅର୍ଥକୁ ପୋଲ ନିର୍ମାଣରେ ବିନିଯୋଗ କରିଥିଲେ । ଲକ୍ଷଥିଲା ନଦୀ ଆରପାଖରେ ଥିବା ଗାଁ ଲୋକଙ୍କ ଚାଷଜମୀ , ତୋଟା ଓ ଘରବାଡିକୁ କିପରି ସୁରୁଖୁରୁ ଭାବେ ଯାତାୟତ କରିପାରିବେ ।  ଏବେ ପୋଲପାଇଁ ରାସ୍ତା ଟିଏ ନିର୍ମାଣ କରୁଛନ୍ତି ଗଙ୍ଗାଧର ।

wp:html /wp:html

ପୋଲ କାମ ସରିବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲକୁ ରାସ୍ତାଟିଏ ନଥିବାରୁ ଅକାମି ହୋଇ ପଡି ରହିଥିଲା । ପ୍ରଶାସନ ତରଫରୁ ରାସ୍ତାନିର୍ମାଣରେ ବିଳମ୍ବ ଦେଖି ପୁଣିଥରେ ଅଣ୍ଟା ଭିଡିଲେ ଗଙ୍ଗାଧର । ପୋଲ କାମରେ ସମସ୍ତ ଅର୍ଥ ଲଗାଇଥିବା ଗଙ୍ଗାଧର ରାସ୍ତା ନିର୍ମାଣପାଇଁ ନିଜ ପୁଅ , ବୋହୂ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଆର୍ଥିକ ସହାୟତା ନେଇଥିବା କହିଛନ୍ତି । ଖାଲି ରାସ୍ତା ନୁହଁ , ଗାଁରେ ଥିବା ପୁରୁଣା ମଣ୍ଡପ ଓ ଠାକୁରାଣୀ ଶାଳର ନବୀକରଣ କାମ କରାଉଛନ୍ତି । ଗଙ୍ଗାଧରଙ୍କ ଏପରି କାମ ଲାଗି ଚାରିଆଡୁ ଛୁଟୁଛି ପ୍ରଂଶାସର ସୁଅ । ଜୀବନରେ ନିଜ କଷ୍ଟ ଅର୍ଜିତ ସମସ୍ତ ପୁଞ୍ଜିକୁ  ଗାଁ ଲୋକଙ୍କ ପାଇଁ ଖର୍ଚ୍ଚ କରୁଥିବା ଗଙ୍ଗାଧରଙ୍କ ଭଳି ମଣିଷ, ଆଜିର ସମାଜରେ ଜଣେ ବିରଳ ବ୍ୟକ୍ତିତ୍ୱ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.