ସୋମବାର ନବରାତ୍ରି , ଜାଣନ୍ତୁ କଳଶ ସ୍ଥାପନାର ଶୁଭ ମୁହୂର୍ତ୍ତ

Published By : Prameya-News7 Bureau | September 25, 2022 IST

ସୋମବାର ସେପ୍ଟେମ୍ବର ୨୬ ତାରିଖରୁ ଶାରଦୀୟ ନବରାତ୍ରି ଆରମ୍ଭ ହେଉଛି। ୪ ଅକ୍ଟୋବର ମଙ୍ଗଳବାର ମହାନବମୀ ପର୍ଯ୍ୟନ୍ତ ପାଳିତ ହେବ। ନବ ଦିନାତ୍ମକ ପୂଜାରେ ଅଲଗା ଅଲଗା ଦିନ ମାଙ୍କ ନଅ ସ୍ୱରୂପଙ୍କ ପୂଜା ହେବ। ଶାରଦୀୟ ନବରାତ୍ରର ୯ ଦିନ ପୂରଣ ହେବା ପରଦିନ ଦଶହରା ବା ବିଜୟା ଦଶମୀ ପାଳିତ ହୁଏ। ତେବେ ଯେଉଁମାନେ ଶାରଦୀୟ ନବରାତ୍ରି ପାଳନ କରନ୍ତି ସେମାନଙ୍କ ପୂଜାର୍ଚ୍ଚନା ଲାଗି ଆସନ୍ତୁ ଜାଣିବା କଳଶ ସ୍ଥାପନାର ଶୁଭ ମୁହୁର୍ତ୍ତ।

{"id":688446,"width":839,"height":786,"sizeSlug":"full","linkDestination":"none"}

ନବରାତ୍ର ଘଟ ବା କଳଶ ସ୍ଥାପନା ନିମନ୍ତେ ପୂର୍ବାହ୍ନ ୬ଟା ୧୫ ମିନିଟ୍‌ରୁ ୭ଟା ୨୫ ମିନିଟ୍ ପର୍ଯ୍ୟନ୍ତ ଓ ପୁଣି ୯ଟା ୧୦ ମିନିଟ୍‌ରୁ ଅପରାହ୍ନ ୩ଟା ୫ମିନିଟ୍ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ରହିଛି। ଶାରଦୀୟ ନବରାତ୍ରିର ଏହି ୯ ଦିନର ହିନ୍ଦୁ ଧର୍ମରେ ଖାସ ମାନ୍ୟତା ରହିଛି। ଲୋକମାନ୍ୟତା ଅନୁସାରେ ମା ଦୂର୍ଗା ଏହି ୯ ଦିନ କାଳ ପୃଥିବୀରେ  ଅବତରିତ ହୋଇଥାନ୍ତି। ଏଣୁ ଭକ୍ତ ମାଙ୍କର ସବୁ ପ୍ରକାର ଆରାଧନା କରିଥାନ୍ତି।

{"id":688447,"sizeSlug":"large","linkDestination":"none"}

୨୬ ସେପ୍ଚେମ୍ବର ସୋମବାର  ନବରାତ୍ରି ଆରମ୍ଭରେ ବ୍ରତ ପାଳନ କରୁଥିବା ପ୍ରତ୍ୟେକ ପରିବାର କଳଶ ସ୍ଥାପନା କରିବେ। ଏହି କଳଶ ସ୍ଥାପନା ମାଧ୍ୟମରେ ଭକ୍ତମାନେ ପରିବାରର ସୁଖ ସମୃଦ୍ଧି କାମନା କରିଥାନ୍ତି। ନବରାତ୍ରରେ ସବୁଦିନ ସପ୍ତସତୀ ପାଠ କରାଯାଇଥାଏ। ଏହି ୯ ଦିନରେ ଭକ୍ତ ବାଧା ଶାନ୍ତି ଓ ମୋକ୍ଷ ପ୍ରାପ୍ତି ଲାଗି ମାଁଙ୍କ ଆଶିର୍ବାଦ କାମନା କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.