୩ ରାଜ୍ୟର ବିଧାନସଭା ସମେତ ଉପନିର୍ବାଚନ ଫଳାଫଳ ଉପରେ ମନ୍ତବ୍ୟ ରଖିଲା କଂଗ୍ରେସ, ଜାଣନ୍ତୁ କ’ଣ କହିଲେ ଜୟରାମ ରମେଶ

Published By : Prameya-News7 Bureau | March 02, 2023 IST

ନୂଆଦିଲ୍ଲୀ ୨।୩:  ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ମେଘାଲୟ ଓ ନାଗାଲ୍ୟାଣ୍ଡ ବ୍ୟତୀତ ବିଧାନସଭା ଉପନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ୨ଟି ରାଜ୍ୟ ତ୍ରିପୁରା ଓ ମେଘାଲୟରେ ବିଜେପିର ମେଣ୍ଟ ସରକାର ହେବା ନିଶ୍ଚିତ ହୋଇଥିବା ବେଳେ ମେଘାଳୟରେ ଏବେବି ପେଞ୍ଚ ଫଶିଛି। ସେପଟେ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ ବେଶ ପ୍ରଦର୍ଶନ କରିଛି। ଏହି ଫଳାଫଳକୁ ନେଇ କଂଗ୍ରେସର ପ୍ରତିକ୍ରିୟା ଆସିଛି।

{"id":752962,"sizeSlug":"full","linkDestination":"none"}

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆମ ଲାଗି ନିର୍ବାଚନ ଫଳାଫଳ ଉଭୟ ଉତ୍ସାହଜନକ ଓ ନିରାଶାଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବେଙ୍ଗଲରେ କଂଗ୍ରେସ ପୁଣି ଥରେ ଖାତା ଖୋଲିଛି। ସେହିପରି ୩୦ ବର୍ଷ ପରେ ବିଜେପି ଓ ଆରଏସଏସ ଗଡରେ କଂଗ୍ରେସ ବିଜୟୀ ହୋଇଛି। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ କଂଗ୍ରେସକୁ ବହୁମତ ମିଳିବ ବୋଲି ଆମର ଆଶା ଥିଲା। ନାଗାଲ୍ୟାଣ୍ଡରେ ଜଣାଥିଲା ବିଜେପି ଭଙ୍ଗାଯୋଡା କରି ସରକାର କରିବ।

ମେଘାଳୟରେ ଗତଥର ଆମର ୨୧ ଜଣ ବିଧାୟକ ଥିଲେ, ଯେଉଁମାନେ ପାର୍ଟି ଛାଡି ଚାଲି ଯାଇଛନ୍ତି। ଏଣୁ ଆମେ ସେଠାରେ ଯୁବ ନେତାମାନଙ୍କୁ ଟିକେଟ୍ ଦେଇ ଭବିଷ୍ୟତର କଂଗ୍ରେସକୁ ଗଢିଛୁ। ଫଳାଫଳକୁ ଆମେ ସ୍ୱୀକାର କରୁଛୁ, ଆମକୁ ସଙ୍ଗଠନ ମଜଭୁତ କରିବାକୁ ପଡିବ ବୋଲି ଜୟରାମ ରମେଶ କହିଛନ୍ତି। ତେବେ ପ୍ରଚାରରେ ଜାତୀୟ ନେତୃତ୍ୱଙ୍କ ଉଦାସୀନତା ଓ ବାମଦଳ ସହ ମେଣ୍ଟକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ରମେଶ କହିଛନ୍ତି ଯେ ଏ ସବୁ ଜାତୀୟ ନିର୍ବାଚନ ନଥିଲା।

{"id":752963,"width":842,"height":554,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ସ୍ଥାନୀୟ ନିର୍ବାଚନରେ ଜାତୀୟ ନେତା ପରିଣାମ ବଦଳାଇ ଦେଇପାରିବେ ନାହିଁ। ଯଦି ଆମର ସଙ୍ଗଠନ ମଜଭୁତ ନୁହେଁ ତେବେ ଆମ ଲାଗି ନିର୍ବାଚନ ଜିତିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି। ଏଥିରେ ଯଦି ନିର୍ବାଚନର ଫଳାଫଳ କଥା କୁହାଯାଏ ତ୍ରିପୁରା, ମେଘାଲୟ ଓ ନାଗାଲ୍ୟାଣ୍ଡରେ କଂଗ୍ରେସ୍ ହାରିଛି। ଉପନିର୍ବାଚନରେ କଂଗ୍ରେସ ମହାରାଷ୍ଟ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏଁ ଆସନ ଜିତିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.