ସିଦ୍ଧୁଙ୍କ ଘରକୁ ଆସିବ କୁନି ଅତିଥି, ମାର୍ଚ୍ଚରେ ସନ୍ତାନକୁ ଜନ୍ମ ଦେବେ ଗାୟକଙ୍କ ମାଆ

Published By : Prameya-News7 Bureau | February 27, 2024 IST

ମୁମ୍ଵାଇ ୨୭।୦୨: ସ୍ୱର୍ଗତଃ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ବର୍ତ୍ତମାନ ତାଙ୍କ ଘରେ ଖୁସି ଖବର ଆସିବାକୁ ଯାଉଛି। ସିଦ୍ଧୁଙ୍କ ମାଆ ଚରଣ କୌର ସିଂ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଆସନ୍ତା ମାସରେ ସେ ଏକ ଶିଶୁକୁ ଜନ୍ମ ଦେବେ। ଏହି କାରଣରୁ ସେ ଗତ କିଛି ମାସ ହେବ ବାହାରକୁ ଯାଉ ନାହାନ୍ତି ଏବଂ ପ୍ରତି ରବିବାର ଦିନ ତାଙ୍କ ପୁଅଙ୍କ ପ୍ରଶଂସକଙ୍କୁ ମଧ୍ୟ ଭେଟୁ ନାହାନ୍ତି ।

{"id":914311,"sizeSlug":"full","linkDestination":"none"}

ସିଦ୍ଧୁଙ୍କ ମା ଏକ ସ୍ୱତନ୍ତ୍ର କୌଶଳ ମାଧ୍ୟମରେ ଏକ ସନ୍ତାନକୁ କରିବାକୁ ଯାଉଛନ୍ତି । ସିଦ୍ଧୁଙ୍କ ହତ୍ୟା ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ତାଙ୍କ ଘରେ ଖୁସିର ଲହରୀ ଖେଳିଯିବ । ସିଦ୍ଧୁଙ୍କ ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ । ହତ୍ୟା ପରେ ତାଙ୍କ ବୃଦ୍ଧ ପିତାମାତାଙ୍କର କୌଣସି ସାହାରା ନଥିଲା। ଏଥିପାଇଁ ଚରଣ କୌର ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି । ଏନେଇ ଗଣମାଧ୍ୟମ ସାମ୍ନାରେ ଗାୟକଙ୍କ ଦାଦା ଏହା ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଆମ ଅଗଣାରେ ନୂଆ ଜୀବନ ଆସୁଥିବାରୁ ଆମେ ଭଗବାନଙ୍କୁ ଧନ୍ୟବାଦ ଦେଉଛୁ।

କହିବାକୁ ଗଲେ ୨୦୨୨ ମସିହାରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର ଥିଲେ। ବର୍ତ୍ତମାନ ଖବର ହେଉଛି ସିଦ୍ଧୁଙ୍କ ମା ମାର୍ଚ୍ଚ ମାସରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏହି ଖବରରେ ସକରାତ୍ମକ ପ୍ରତିକ୍ରିୟା ରହିଛି। ସୂଚନା ସାମ୍ନାକୁ ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଗଲା।

wp:embed {"url":"https://www.prameyanews7.com/ishqbaaaz-fame-nehalaxmi-iyer-wedding-photos/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishqbaaaz-fame-nehalaxmi-iyer-wedding-photos/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.