Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର; ନେଟ୍ସରେ ଅଭ୍ୟାସ କଲେ ଶ୍ରେୟସ ଆୟର

15/09/2023 at 10:40 AM

କଲମ୍ବୋ, ୧୪/୯: ବାଂଲାଦେଶ ବିପକ୍ଷରେ ଅନ୍ତିମ ସୁପର-୪ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଶ୍ବସ୍ତି ମିଳିଛି । ଆହତ ହୋଇ ଦୁଇଟି ମ୍ୟାଚରୁ ବାଦ ପଡ଼ିଥିବା ଶ୍ରେୟାସ ଆୟର ନେଟ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଅଭ୍ୟାସ କରିଛନ୍ତି । ଆୟର ଦଳ ସହ ନେଟ୍ସରେ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ ।

ଗ୍ରାଉଣ୍ଡରେ ପହଞ୍ଚିବା ପରେ ଟ୍ରେନର ରଜନୀକାନ୍ତଙ୍କ ସହାୟତାରେ ବ୍ୟାୟାମ କରିଥିଲେ । ଗ୍ରାଉଣ୍ଡରେ ଦୌଡ଼ ଲଗାଇବା ପରେ ସେ ଅଣ୍ଡର ଆର୍ମ ଥ୍ରୋ ଡାଉନ୍‌ରେ କିଛି ସମୟ ବ୍ୟାଟିଂ ଅଭ୍ୟାସ କରିଥିଲେ । ଏହାପରେ ସେ ସ୍ପିଡ୍‌ ଥ୍ରୋ ଡାଉନ୍‌ରେ ବ୍ୟାଟିଂ କରିଥିଲେ । ଏହାପରେ ନେଟ୍‌ ବୋଲରଙ୍କ ବିପକ୍ଷରେ ପାଖା ପାଖି ୫୫ମିନିଟ୍‌ ପର୍ଯ୍ୟନ୍ତ ବ୍ୟାଟିଂ ଅଭ୍ୟାସ କରିଥିଲେ । ସବୁ ଲେଙ୍ଗଥ୍‌ ବଲ୍‌କୁ ସେ ସଫଳତାର ସହ ସାମ୍ନା କରିଥିଲେ । ପୁଲ୍‌ ଓ ହୁକ୍‌ ସଟ୍‌ ମାରିବା ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁନଥିଲେ । ଆୟରଙ୍କ ଫିଟ୍‌ନେସ୍‌କୁ ନେଇ କୋଚ୍‌ ସନ୍ତୁଷ୍ଟ ରହିଛନ୍ତି । ତଥାପି ସେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ  ଅଭ୍ୟାସ ଶିବିରରେ ଆୟରଙ୍କ ବ୍ୟବୀତ ତିଳକ୍ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଢେର ସମୟ ଅଭ୍ୟାସ କରିଥିଲେ । ତିଳକ୍ ବ୍ୟାଟିଂ ପରେ ସ୍ପିନ ବୋଲିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।

   Related Posts