AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ସଞ୍ଜୁ ସାମସନଙ୍କ ପାଇଁ ଖୁସିର ଖବର, ମିଳିଲା ଏହି ଦଳର ନେତୃତ୍ଵ ଦାୟିତ୍ଵ

16/09/2022 at 5:12 PM

ନୂଆଦିଲ୍ଲୀ: ସଞ୍ଜୁ ସାମସନଙ୍କୁ ଆଗାମୀ ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇ ନାହିଁ। ବୋର୍ଡର ଏହି ନିଷ୍ପତ୍ତିରେ କ୍ରିକେଟ୍ ପ୍ରଶଂସକ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବେ ବିସିସିଆଇ ପ୍ରଶଂସକଙ୍କ କ୍ରୋଧ ଶାନ୍ତ ପାଇଁ ବଡ ପଦକ୍ଷେପ ନେଇଛି। ବୋର୍ଡ ସଞ୍ଜୁ ସାମସନଙ୍କୁ ନ୍ୟୁଜିଲାଣ୍ଡ ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ ଏ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି।

ନ୍ୟୁଜିଲାଣ୍ଡ ଏ ଦଳ ସଂପ୍ରତି ଭାରତ ଗସ୍ତରେ। ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍  ସେପ୍ଟେମ୍ବର ୨୨ରୁ ଖେଳାଯିବ। ଏହି ସିରିଜ୍ ପାଇଁ ଭାରତୀୟ ଏ ଦଳ ଘୋଷଣା କରାଯାଇଛି। ଜାତୀୟ ଚୟନକର୍ତ୍ତା ଦଳ ଚୟନ କରିବା ସହିତ ସଞ୍ଜୁ ସାମସନଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛନ୍ତି। ଟି-୨୦ ବିଶ୍ଵ କପ୍‌ ଦଳରେ ସ୍ଥାନ ପାଇନଥିବା ସଞ୍ଜୁ ସାମସନଙ୍କ ପାଇଁ ଏହା କୌଣସି ଖୁସି ଖବରଠୁ କମ୍ ନୁହେଁ।

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨, ଦ୍ଵିତୀୟ ସେପ୍ଟେମ୍ବର ୨୫ ଏବଂ ତୃତୀୟ ସେପ୍ଟେମ୍ବର ୨୭ରେ ଖେଳାଯିବ। ଇଣ୍ଡିଆ ଏ ଦଳରେ ପୃଥ୍ଵୀ ଶ, ଋତୁରାଜ ଗାଏକଓ୍ଵାଡ, କୁଲଦୀପ ଯାଦବ, ନବଦୀପ ସାଇନି, ଉମରାନ ମଲିକ, ଶାର୍ଦ୍ଦୁଳ ଠାକୁର ଏବଂ ସଞ୍ଜୁ ସାମସନଙ୍କ ପରି ବଡ ନାମ ସାମିଲ୍।

ଇଣ୍ଡିଆ ଏ ଦଳ

ପୃଥ୍ଵୀ ଶ, ଅଭିମନ୍ୟୁ ଈଶ୍ଵରନ, ଋତୁରାଜ ଗାଏକଓ୍ଵାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ(ଅଧିନାୟକ),  କେଏସ ଭରତ, କୁଲଦୀପ ଯାଦବ, ଶାହବାଜ ନଦୀମ, ରାହୁଲ ଚହର, ତିଳକ ବର୍ମା, କୁଲଦୀପ ସେନ, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ, ନବଦୀପ ସାଇନି, ରାଜ ଅଙ୍ଗଦ ବାବା।

   Related Posts