IT କର୍ମଚାରୀଙ୍କ ଲାଗି ଖୁସି ଖବର, ୨୦୨୩ ପର୍ଯ୍ୟନ୍ତ ମିଳିଲା Work from home ଲାଗି ଅନୁମତି
9/12/2022 at 7:50 PM

ନୂଆଦିଲ୍ଲୀ ୯।୧୨: ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଲାଗି ଖୁସି ଖବର। କରୋନା କାଳରୁ ଯେଉଁ କର୍ମଚାରୀମାନେ ଆଇଟି କମ୍ପାନୀ ଲାଗି ୱାର୍କ ଫ୍ରମ ହୋମ କରୁଛନ୍ତି ସେମାନଙ୍କୁ ୨୦୨୩ ମସିହାରେ ମଧ୍ୟ ଘରୁ କାମ କରିବାର ରିହାତି ମିଳିଯାଇଛି। କେନ୍ଦ୍ର ସରକାର ସ୍ପେଶାଲ ଇକୋନମିକ ଜୋନ(ଏସଇଜେଡ୍) ନିୟମରେ ସଂଶୋଧନ କରିଛନ୍ତି। ଏଣୁ ଆଇଟି ୟୁନିଟସ୍ କର୍ମଚାରୀଙ୍କୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ ଲାଗି ଅନୁମତି ମିଳିଯାଇଛି।
କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଏ ନେଇ ଏକ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ଏକ ୟୁନିଟି ନିଜର କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଅଥବା ଏସଇଜେଡ୍ ବାହାର କୌଣସି ସ୍ଥାନରୁ କାମ କରିବାକୁ ଅନୁମତି ଦେଇ ପାରିବେ। ସରକାର ଏସଇଜେଡ୍ ମାନଙ୍କରେ ଆଇଟି ଅଥବା ଆଇଟିଇଏସ୍ ୟୁନିଟ୍ଙ୍କୁ ସେମାନଙ୍କ କର୍ମଚାରୀଙ୍କୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ କିଛି ସର୍ତ୍ତ ସହିତ ଘରୁ କାମ କରିବାକୁ ଅନୁମତି ଦେଇ ପାରିବେ ବୋଲି କହିଛନ୍ତି।
ବାଣିଜ୍ୟ ମନ୍ତ୍ରାଳୟଙ୍କ ଏହି ନୋଟିଫିକେସନ ଯୋଗୁ ଅସ୍ଥାୟୀ ରୂପେ ଅକ୍ଷମ, ଟ୍ରାଭେଲ କରୁଥିବା ଓ ଅଫିସରୁ ଦୂରରେ ରହୁଥିବା କର୍ମଚାରୀଙ୍କୁ ଆଶ୍ୱସ୍ତ କରିବ। ସରକାର ନୋଟିଫିକେସନରେ କହିଛନ୍ତି ଯେ ଏପରି ୟୁନିଟଙ୍କୁ ସେମାନଙ୍କ ସେହି କର୍ମଚାରୀଙ୍କ ସୂଚୀ ଜମା କରିବାର ଆବଶ୍ୟକତା ନାହିଁ ଯେଉଁ କର୍ମଚାରୀମାନେ ୱାର୍କ ଫ୍ରମ ହୋମ ଅଥବା ଜୋନ ବାହାରେ କୌଣସି ସ୍ଥାନରୁ କାମ କରିବାକୁ ଅନୁମତି ଦିଆଯାଇଛି। ତେବେ ୟୁନିଟରେ ଏପରି କର୍ମଚାରୀଙ୍କ ଲିଷ୍ଟ ରଖିବେ। ସେହିପରି କମ୍ପାନୀମାନଙ୍କୁ ପ୍ରସ୍ତୁତ କରୁଥିବା ଉତ୍ପାତ ଓ ସେବାରୁ ମିଳୁଥିବା ଏକ୍ସପୋର୍ଟ ରେଭିନ୍ୟୁ ଅଡିଟ ରିପୋର୍ଟ ପାଖରେ ରଖିବାକୁ ହେବ।