୨୦୨୦ରେ ଆର୍ଥିକ ସ୍ଥିତି ଦେଇଛି ଚିନ୍ତା ତଥାପି ନିବେଶକଙ୍କ ପାଇଁ ଆଶା: 'ସୁନା' ଶସ୍ତା-ଲଗାନ୍ତୁ ପୁଞ୍ଜି

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨ : ବର୍ଷ ୨୦୨୦କୁ ଅଧିକାଂଶ ଲୋକ ଅଶୁଭ ବୋଲି କହୁଛନ୍ତି। କିନ୍ତୁ କିଛି ଲୋକଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିଛି। ଆର୍ଥିକ ରୂପରେ ଚଳିତ ବର୍ଷ ଘାତକ ପ୍ରମାଣିତ ହୋଇଛି। ବିଶ୍ୱ ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଦେଖାଦେଇଛି। ମହାମାରୀ ଯୋଗୁଁ ଅନେକ କମ୍ପାନୀ ପ୍ରଭାବିତ ହୋଇଛି। ଅନେକ ଲୋକଙ୍କ ଚାକିରୀ ଚାଲିଯାଇଛି। ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ମାନ୍ଦାବସ୍ଥା ଦେଇ ଗତି କରିଛି। ବର୍ତ୍ତମାନ ସମୟରେ ସୁନାରେ ବିନିଯୋଗ କରିବା ସବୁଠାରୁ ଉତ୍ତମ ବିକଳ୍ପ।

ମହାମାରୀ ସମୟରେ ସୁନା ସର୍ବୋଚ୍ଚ ସ୍ଥରରେ ପହଞ୍ଚିଥିଲା। କିନ୍ତୁ ବର୍ତ୍ତମାନ ସୁନା ଦର ହ୍ରାସ ପାଇଛି। ଆପଣ ଚାହିଁଲେ ସୁନାରେ ଟଙ୍କା ବିନିଯୋଗ କରି ଭଲ ଆୟ କରିପାରିବେ।

ଅଗଷ୍ଟ ମାସରେ ସୁନା ଦର ସର୍ବୋଚ୍ଚ ଶିଖରରୁ ୧୦ ଗ୍ରାମକୁ ୭ ହଜାର ୪୨୫ ଟଙ୍କା ଶସ୍ତା ହୋଇଛି। ଶୁକ୍ରବାର ଦିନ ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୮ ହଜାର ୮୨୯ ହୋଇଥିଲା। ଅଗଷ୍ଟ ୭ ତାରିଖରେ ୧୦ ଗ୍ରାମ ସୁନା ଦର ୫୬ ହଜାର ୨୫୪ ଟଙ୍କାରେ ପହଞ୍ଚିଥିଲା। ଏହା ସର୍ବୋଚ୍ଚ ଦର ଥିଲା। ରୂପ କିଲୋ ପ୍ରତି ୭୬ ହଜାର ୮ ଟଙ୍କାରେ ପହଞ୍ଚିଥିଲା। ନଭେମ୍ବର ୨୭ ସୁଦ୍ଧା ରୂପ ଦର କିଲୋ ପ୍ରତି ୬୦ ହଜାର ୬୯ ଟଙ୍କାରେ ପହଞ୍ଚିଥିଲା। ରୂପ କିଲୋ ପ୍ରତି ୧୫ ହଜାର ୯୩୯ ଟଙ୍କା ଶସ୍ତା ହୋଇଛି।

କରୋନା ଭ୍ୟାକସିନକୁ ନେଇ ଆସିଥିବା ଖୁସି ଖବର ଯୋଗୁଁ ସୁନା ରୂପ ଦାମ ହ୍ରାସ ପାଇଛି। ସେୟାର ମାର୍କେଟ୍ ମଧ୍ୟ ଉଚ୍ଚ ସ୍ଥରରେ ଅଛି। ନିବେଶକ ସୁନାରୁ ଟଙ୍କା ବାହାର କରି ସେୟାର ବଜାରରେ ବିନିଯୋଗ କରୁଛନ୍ତି। ନିବେଶ ସମୟରେ ସୁନା ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଉଛି। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞ କହିଛନ୍ତି ଯେ ଯଦି ନୂଆ ବର୍ଷ ସୁଦ୍ଧା ଭ୍ୟାକସିନ୍ ଲଞ୍ଚ ହୋଇଯାଏ ତାହେଲେ ସୁନା ସାର ୪୫ ହଜାର ଯାଏଁ ଖସିପରେ।

ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ୍ ଯେଉଁ ରେଟ୍ ଦେଇଥାଏ ତାହାକୁ ସାରା ଦେଶ ଗ୍ରହଣ କରିଥାଏ। ଏହି ୱେବସାଇଟରେ ଦିଆଯାଇଥିବା ସୁନା ରୂପ ଦାମରେ ଜିଏସଟି ସାମିଲ ହୋଇନଥାଏ। ସୁନା ରୂପ ଦର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଥାଏ କିନ୍ତୁ ଦାମରେ ଅନ୍ତର ବହୁତ କମ୍ ଥାଏ। ସେଥିପାଇଁ ସୁନା ରୂପ କିଣିବା ପୂର୍ବରୁ ପ୍ରଥମେ ୱେବସାଇଟ୍ ଯାଇ ସଠିକ ଦର ଯାଞ୍ଚ କରିନେବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.