ଗ୍ରାଜୁଏଟ୍ସଙ୍କ ପାଇଁ ଖୁସି ଖବର, ଏହି ବ୍ୟାଙ୍କରେ ରହିଛି ନିଯୁକ୍ତି ସୁଯୋଗ; ଜଲଦି କରନ୍ତୁ ଆବେଦନ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ। କାରଣ ବ୍ୟାଙ୍କ୍ ଅଫ୍ ବରୋଦାରେ ଆଇଟି ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ଆଇଟି ପ୍ରଫେସନାଲ୍ସ ପୋଷ୍ଟ ପାଇଁ ପଦ ଖାଲି ରହିଛି। ଆଶାୟୀ ଅନଲାଇନରେ ଆବେଦନ କରିପାରିବେ। ଯୋଗ୍ୟ ଆଶାୟୀ ୯ ନଭେମ୍ବର ୨୦୨୨ କିମ୍ବା ଏହା ପୂର୍ବରୁ ଅଫିସିଆଲ ଓ୍ବେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ତେବେ ଆବେଦନ କରିବା ପୂର୍ବରୁ ଭଲ ଭାବରେ ବିଜ୍ଞପ୍ତି ପଢ଼ିନେବାକୁ ପରାମର୍ଶ।

ଏହି ସବୁ ପଦବୀ ପାଇଁ ରହିଛି ନିଯୁକ୍ତି: ବ୍ୟାଙ୍କ ଅଫ୍ ବରୋଦାରେ ସିନିୟର କ୍ବାଲିଟି ଆସ୍ୟୁରାନ୍ସ ଲିଡ, କ୍ବାଲିଟି ଆସ୍ୟୁରାନ୍ସ ଇଞ୍ଜିନିୟର, ଜୁନିୟର କ୍ବାଲିଟି ଆସ୍ୟୁରାନ୍ସ ଇଞ୍ଜିନିୟର, ସିନିୟର ଡେଭେଲପର ସହ ୧୦ ପଦରେ ସମୁଦାୟ ୬୦ ପଦବୀ ପାଇଁ ପଦବୀ ଖାଲି ରହିଛି।

ଯୋଗ୍ୟତା ଏବଂ ବୟସସୀମା: ଆଶାୟୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା କଲେଜରେ କମ୍ପ୍ୟୁଟର ସାଇନ୍ସ କିମ୍ବା ଇନଫରମେସନରେ ବିଇ କିମ୍ବା ବିଟେକ୍ କରିଥିବା ଦରକାର। ଏହା ବ୍ୟତୀତ ଏହି କ୍ଷେତ୍ରରେ ଅଭିଜ୍ଞତା ମଧ୍ୟ ରହିଥିବା ଦରକାର। ଆଶାୟୀଙ୍କୁ ସର୍ବନିମ୍ନ ୨୫ ବର୍ଷ  ଏବଂ ଅଧିକାଂଶ ୪୦ ବର୍ଷ ହୋଇଥିବା ଦରକାର। ତେବେ ଅଧିକ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ।

ଆବେଦନ ଶୁଳ୍କ: ଜେନେରାଲ, ଇଡବ୍ଲୁଏସ ଏବଂ ଓବିସି କାଟାଗୋରୀ ଆଶାୟୀଙ୍କୁ ୬୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ। ସେହିଭଳି ଏସସି, ଏସଟି, ପିଡବ୍ଲୁଡି ଏବଂ ମହିଳା ଆଶାୟୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.