WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫୯ହଜାରରୁ ତଳକୁ ଖସିଲା ସୁନା,୧୦୦୦ ଟଙ୍କା ଶସ୍ତା ହେଲା ରୂପା, ଜାଣନ୍ତୁ ସ୍ୱର୍ଣ୍ଣାଭୂଷଣର ତାଜା ବଜାରଦର

28/09/2023 at 8:16 PM

ନୂଆଦିଲ୍ଲୀ ୨୮।୯: ସ୍ୱର୍ଣ୍ଣାଳଙ୍କାର କିଣିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ଖୁସି ଖବର। ସୁନା ଓ ରୂପା ଦରରେ ଗୁରୁବାର ମଧ୍ୟ ହ୍ରାସ ଦେଖାଯାଇଛି। ଭାରତୀୟ ସ୍ୱର୍ଣ୍ଣାଳଙ୍କାର ବଜାରରେ ୨୮ ସେପ୍ଟେମ୍ବର ୨୦୨୩ରେ ସୁନା ରୂପା ଦର ଶସ୍ତା ହୋଇଛି। ପ୍ରତି ୧୦ ଗ୍ରାମ ସୁନା ଶସ୍ତା ହୋଇ ୫୮,୯୫୦ ଟଙ୍କା ହୋଇଯାଇଛି। ସେହିପରି କେଜି ପିଛା ରୂପା ଦର ମଧ୍ୟ କମିଛି। ଏହା ଏବେ ୭୩ ହଜାର ୧୦୦ ଟଙ୍କା ଦରରେ କାରବାର କରୁଛି। ଏହି ସୂଚନା ଏପଡିଏଫସି ସିକ୍ୟୁରିଟିଜରୁ ମିଳିଛି।

ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କର ବଜାରରେ ପ୍ରତି ୧୦ ଗ୍ରାମ ସୁନା ଦରରେ ୬୫୦ ଟଙ୍କା ହ୍ରାସ ସହ ୫୮ ହଜାର ୯୫୦ ଟଙ୍କାରେ କାରବାର ହେଉଛି।  ତେବେ ପୂର୍ବ ବ୍ୟବସାୟୀକ ଦିବସରେ ପ୍ରତି ୧୦ ଗ୍ରାମ ସୁନା ପିଛା ଦର ୫୯,୬୦୦ ଟଙ୍କା ଥିଲା। ସେହିପରି ଦିଲ୍ଲୀରେ ରୂପା ଦର କେଜି ପିଛା ୧ହଜାର ଟଙ୍କା ଖସି ୭୩ ହଜାର ୧୦୦ ଟଙ୍କାରେ କିଣାବିକା ହେଉଛି। ତେବେ କେବଳ ଭାରତୀୟ ବଜାର ନୁହେଁ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୂପା ଦର ହ୍ରାସ ହୋଇଛି।

ବିଦେଶୀ ବଜାରରେ ଦର ହ୍ରାସ ସହ ସୁନା ପ୍ରତି ଆଉନ୍ସ ୧,୮୭୭ ଡଲାରରେ କାରବାର ହେଉଥିବା ବେଳେ ରୂପା ପ୍ରତି ଆଉନ୍ସ ୨୨.୫୫ ଡଲାରରେ କାରବାର ହେଉଛି। ତେବେ ବଜାରରେ ସୁନା ଓ ରୂପାର ତାଜା ଦର ଜାଣିବା ଏବେ ଆହୁରି ମଧ୍ୟ ସହଜ ହୋଇଯାଇଛି। ଘରେ ବସି ଆପଣ କେବଳ ଏହି ନମ୍ବରରେ ମିସ୍‌ କଲ କଲେ ବଜାରରେ ସୁନା ଓ ରୂପାର ତାଜା ଦର ଜାଣିପାରିବେ। ଏହି ନମ୍ବର ହେଉଛି ୮୯୫୫୬୬୪୪୩୩। ଏହି ନମ୍ବରରେ କେବଳ ମିସ କଲଟିଏ ଦେଲେ ବଜାରର ତାଜା ଦର ଆପଣଙ୍କ ହାତମୁଠାକୁ ଆସିଯିବ। 

ଉଲ୍ଲେଖଯୋଗ୍ୟ ଯେ ସରକାର ସ୍ୱର୍ଣ୍ଣାଳଙ୍କାର ଓ କଳାକୃତି ନିମନ୍ତେ ହଲମାର୍କିଂର ପରିସର ସମ୍ପ୍ରସାରଣ କରିଛନ୍ତି। ସ୍ୱର୍ଣ୍ଣ ଆଭୂଷଣ ଓ କଳାକୃତିର ଅନିବାର୍ଯ୍ୟ ହଲମାର୍କିଂର ତୃତୀୟ ପର୍ଯ୍ୟାୟ ଦେଶର ୫୫ ଜିଲ୍ଲାରେ ଲାଗୁ ହୋଇଯାଇଛି। ଏହା ଏବେ ଦେଶର ୧୬ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶକୁ କଭର କରୁଛି। ଦେଶରେ ପ୍ରଥମ ପର୍ଯ୍ୟାୟ ହଲମାର୍କିଂ୨୩ ଜୁନ ୨୦୨୧ରେ ଆରମ୍ଭ ହୋଇଥିଲା। ଏହା ପରଠାରୁ ସରକାର ଲାଗାତାର ଏହାର ପରିସର ବଢାଇବାରେ ଲାଗିଛନ୍ତି।  

ଡିମଟ ଆକାଉଣ୍ଟରେ ନୋମିନୀ ଯୋଡ଼ିବା ଶେଷ ତାରିଖ ବୃଦ୍ଧି କଲା ସେବି, ଏହି ତାରିଖ ସୁଦ୍ଧା କରିହେବ ଅପଡେଟ

   Related Posts