କୃଷକଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ଋଣ...

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଳୀ୨୫/୨: କୃଷକମାନଙ୍କ ପାଇଁ ଖୁସି ଖବର। ୨୦ ହଜାର ବ୍ୟାଙ୍କ ଶାଖାରେ କୃଷକମାନଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ମୋଦି ସରକାର ଦେଶସାରା କୃଷକମାନଙ୍କୁ କିଷାନ୍‌ କ୍ରେଡିଟ୍‌ କାର୍ଡ ଦେବା ପାଇଁ ଅଭିଯାନ ଆରମ୍ଭ କରିବେ। ସେଥି ନିମନ୍ତେ ଫେବୃଆରୀ ୨୯ ତାରିଖରେ ଉତ୍ତରପ୍ରଦେଶର ଚିତ୍ରକୁଟରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହେବ। ଯେଉଁଠି ପ୍ରଧାନମନ୍ତ୍ରୀ ନିଜେ କିଷାନ ଯୋଜନାର ଲାଭ ସଂପର୍କରେ ଲୋକମାନଙ୍କୁ କହିବେ। ଏହି ଦିନରେ ଦେଶର ୨୦ ହଜାର ବ୍ୟାଙ୍କ ଶାଖାରେ କିଷାନ କାର୍ଡ ଜାରି ହେବ। ଯାହାଦ୍ବାରା ଚାଷୀଙ୍କୁ ସହଜରେ ଋଣ ମିଳିବ।

ତେବେ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା କିଷାନ ସମ୍ମାନ ନିଧି ସ୍କିମର ଲାଭାର୍ଥୀଙ୍କୁ କିଷାନ କାର୍ଡ ପ୍ରଦାନ କରାଯିବ। ଏ ସଂପର୍କରେ କୃଷି ଓ କିଷାନ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି। ଏହା ଦ୍ବାରା ବ୍ୟାଙ୍କଗୁଡିକରୁ ସହଜରେ ଚାଷୀ ଋଣ ନେଇ ପାରିବେ। ଯାହାଫଳରେ ସାହୁକାରଙ୍କ ଜାଲରେ ଫଶି ଚାଷୀଙ୍କୁ ଆଉ ଜୀବନ ହାରିବାକୁ ପଡ଼ିବ ନାହିଁ। ଏହି ଯୋଜନାରେ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦିଆଯିବ। ୪ ପ୍ରତିଶତ ସୁଧହାରରେ ଚାଷୀଙ୍କୁ ଋଣ ମିଳିବ ବୋଲି ନରେନ୍ଦ୍ର ସିଂହ ତୋମର କହିଛନ୍ତି।

{"id":228995,"sizeSlug":"large"}

ସେହିପରି ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ କିସାନ କାର୍ଡ ଜରିଆରେ ଋଣ ପ୍ରଦାନ କରାଯିବ। ୧୦ ହଜାର ନୂଆ କିସାନ ଉତ୍ପାଦକ ସଂଗଠନ ( ଏଫପିଓ)ର ରେଜିଷ୍ଟ୍ରସନ କରାଯିବ। କୃଷିର ବିକାଶ ପାଇଁ ପ୍ରତ୍ୟେକ ଏଫପିଓକୁ ୧୫ ଲକ୍ଷ ଲେଖାଏଁ ସହାୟତା ଯୋଗାଇ ଦିଆଯିବ।ତେବେ ବର୍ତ୍ତମାନ ୬.୬ କୋଟି ଏକ୍ଟିଭ କିସାନ କ୍ରେଡିଟ୍ କାର୍ଡ ରହିଛି। ପିଏମ କିସାନ ନିଧରେ ଅନ୍ତର୍ଭୁକ୍ତ ୩ କୋଟି ଚାଷୀଙ୍କ ପାଖରେ କାର୍ଡ ନାହିଁ। ସେଥିପାଇଁ ନୂଆ କାର୍ଡ ତିଆରି ପାଇଁ ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.