AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଚାକିରିଆଙ୍କ ପାଇଁ ଖୁସି ଖବର : ଦରମାରେ ହେବ ଡବଲ ଡିଜିଟ ବୃଦ୍ଧି

18/01/2019 at 12:48 PM

ଦିଲ୍ଲୀ ୧୮/୧ : ଚାକିରିଆଙ୍କ ପାଇଁ ଏକ ଖୁସି ଖବର ଆସିଛି | ଚଳିତ ବର୍ଷ ଚାକିରୀ କ୍ଷେତ୍ରରେ କର୍ମଚାରୀଙ୍କ ଦରମାରେ ଡବଲ ଡିଜିଟ ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି | ଦରମା ବୃଦ୍ଧି ୫ ପ୍ରତିଶତରେ ସୀମିତ ରହିପାରେ ବୋଲି ଆଶା କରାଯାଉଛି | ଗୁରୁବାର ଦିନ ଏକ ରିପୋର୍ଟରେ ଏହିପ୍ରକାର ଦାବି କରାଯାଇଛି |

ଗ୍ଲୋବାଲ କନ୍ସଲଟିଙ୍ଗ ଫାର୍ମ କର୍ଣ ଫେରୀ ନିଜ ରିପୋର୍ଟରେ କହିଛନ୍ତି ଯେ, ଦ୍ରୁତ ଅର୍ଥନୈତିକ ବିକାଶର ପରିଣାମ ସ୍ୱରୂପ ଏସିଆରେ ଭାରତ ଏକମାତ୍ର ଏମିତି ଦେଶ ହେବ ଯେଉଁଠି ସମ୍ପୂର୍ଣ ଦରମା ଏବଂ ପ୍ରକୃତ ପାରିଶ୍ରମିକରେ ସବୁଠାରୁ ଅଧିକ ଅଭିବୃଦ୍ଧି ଘଟିବ | ୨୦୧୯ରେ ଦରମା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି | ୨୦୧୮ରେ ଏଭେରେଜ ଦରମା ୯ ପ୍ରତିଶତକୁ ବୃଦ୍ଧି ହୋଇଥିଲା | ମହଙ୍ଗା- ସମୟୋଚିତା ପ୍ରକୃତ ପାରିଶ୍ରମିକ ୫ ପ୍ରତିଶତ ବୃଦ୍ଧି ଘଟିବାର ଆଶା କରାଯାଉଛି | ଏହା ଗତବର୍ଷ, ୨୦୧୮ମସିହାରେ ୪.୭ ପ୍ରତିଶତ ବଢିଥିଲା |

କର୍ଣ ଫେରୀ ଇଣ୍ଡିଆର ଅଧ୍ୟକ୍ଷ ଏବଂ ଆଞ୍ଚଳିକ ପରିଚାଳନା ନିର୍ଦେଶକ ନବନୀତ ସିଂ କହିଛନ୍ତି ଯେ, ନିରନ୍ତର ଦ୍ରୁତ ଅର୍ଥନୈତିକ ବୃଦ୍ଧି ଯୋଗୁଁ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତରେ ସବୁଠାରୁ ଅଧିକ ଦରମା ଏବଂ ପାରିଶ୍ରମିକ ବୃଦ୍ଧି ହେବ | ସେ ଆହୁରି କହିଛନ୍ତି ଯେ, କମ୍ପାନୀଗୁଡିକର ବଢୁଥିବା ଅଟୋମେସନ, ନୂଆ ଜ୍ଞାନ କୌଶଳର ଉପଯୋଗ ଏବଂ କୁଶଳୀ କାରିଗରଙ୍କ ଦାବିକୁ ନଜରରେ ରଖି ବ୍ୟବସାୟ ରଣନୀତି ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଆପଣେଇବା ଦରକାର | ସିଂ କହିଛନ୍ତି ଯେ, ପାରିତୋଷିକ କାର୍ଯ୍ୟକ୍ରମ ନିୟମିତ ରୂପେ ସଂଶୋଧନ କରିବା ଦରକାର | ଯାହାଫଳରେ ପରିବର୍ତ୍ତିତ ବ୍ୟବସାୟ ଏବଂ ବଜାରର ସ୍ଥିତି ଅନୁରୂପ ରଖିବା ସୁନିଶ୍ଚିତ କରାଯାଇପାରିବ |

କୋଣର ଫେରୀ ୨୦୧୯ ଗ୍ଲୋବାଲ ସେଲେରୀ ଫୋରକାଷ୍ଟ ନାମକ ଏକ ରିପୋର୍ଟ କର୍ଣ ଫେରୀଙ୍କ ପେ ଡାଟା ବେଶ ଉପରେ ନିର୍ଧାରିତ | ଏହାକୁ ୧୧୦ ଟି ଦେଶର ୨୫ ହଜାର ସଂଗଠନର ୨ କୋଟି କର୍ମଚାରୀଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରାଯାଇଛି | ଏସିଆରେ ୨୦୧୯ ମସିହା ବେଳକୁ ୫.୬ ପ୍ରତିଶତ ଦରମା ବୃଦ୍ଧିର ଅନୁମାନ କରାଯାଉଛି | ଗତବର୍ଷ ଏଠାରେ ୫.୪ ପ୍ରତିଶତ ଦରମା ବୃଦ୍ଧି ହୋଇଥିଲା |

ଅନ୍ୟାନ୍ୟ ଏସୀୟ ଦେଶମାନଙ୍କ ମଧ୍ୟରେ ୨୦୧୯ ପାଇଁ ଚୀନର ବାସ୍ତବିକ ପାରିଶ୍ରମିକ ୩.୨ ପ୍ରତିଶତ ବୃଦ୍ଧି ଅନୁମାନ କରାଯାଉଛି | ସେହିଭଳି ଜାପାନର ୦.୧ ପ୍ରତିଶତ, ଭିଏତନାମର ୪.୮ ପ୍ରତିଶତ, ସିଙ୍ଗାପୁରର ୩ ପ୍ରତିଶତ ଏବଂ ଇଣ୍ଡୋନେସିଆର ୩.୭ ପ୍ରତିଶତ ରହିଛି |

   Related Posts