ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର : ପୁଣି ଆସିଲା ସେଲିବ୍ରେସନ୍ ପ୍ୟାକ୍, ଜାଣନ୍ତୁ ପ୍ରତ୍ୟେକ ଦିନ ମିଳିବ କେତେ ଡାଟା

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର ୬|୨: ଜିଓ ଗ୍ରାହକମାନଙ୍କ ପାଇଁ ଏବେ ଖୁସି ଖବର ଆଣିଛି କମ୍ପାନୀ । କମ୍ପାନୀ ତାର ଗ୍ରାହକଙ୍କୁ ଖୁସି କରିବା ପାଇଁ ପୁଣି ଥରେ ଜିଓ ସେଲିବ୍ରେସନ ପ୍ୟାକ୍ ଆଣିଛି । ଯେଉଁ ପ୍ୟାକ୍ ରେ ଜିଓ ଉପଭୋକ୍ତାଙ୍କୁ ମାଗାଣାରେ ଡାଟା ପ୍ୟାକ୍ ଦିଆଯାଉଛି । ଗ୍ରାହକମାନେ ଜିଓ ସେଲିବ୍ରେସନ ପ୍ୟାକ୍ ରେ ମିଳୁଥିବା ଡାଟାର ବ୍ୟବହାର ସେତେବେଳେ କରିପାରିବେ ଯେତେବେଳେ ସେମାନେ ବର୍ତ୍ତମାନର ଡାଟାକୁ ଖର୍ଚ୍ଚ କରିପାରିବେ ।

ଜିଓ ସେଲିବ୍ରେସନ ପ୍ୟାକ୍ ରେ ଗ୍ରାହକଙ୍କୁ ୫ଦିନ ପର୍ଯ୍ୟନ୍ତ ୨ଜିବି ଡାଟା ପ୍ରତ୍ୟେକ ଦିନ ଦିଆଯାଉଛି । କେତେକ ଜିଓ ଉପଭୋକ୍ତା ମଧ୍ୟ ସେଲିବ୍ରେସନ ପ୍ୟାକ୍ ଡାଟାର ବ୍ୟବହାର କରୁଛନ୍ତି ।

ଯଦି ଆପଣ ୩୯୯ ଟଙ୍କିଆ ପ୍ଲାନ୍ ବ୍ୟବହାର କରୁଛନ୍ତି, ଯେଉଁଥିରେ ଆପଣଙ୍କୁ ୧.୫ ଜିବି ଡାଟା ପ୍ରତିଦିନ ମିଳୁଛି ତେବେ ଜିଓ ସେଲିବ୍ରେସନ ପ୍ୟାକ୍ ଜରିଆରେ ଆପଣ ପ୍ରତିଦିନ ୩.୫ ଜିବି (୧.୫ଜିବି+୨ଜିବି ଅତିରିକ୍ତ) ଡାଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ରିପୋର୍ଟ ଅନୁସାରେ କମ୍ପାନୀ ୨୪ଜାନୁଆରୀରୁ ୨୯ ଜାନୁଆରୀ ମଧ୍ୟରେ ଅଲଗା ଅଲଗା ଗ୍ରାହକଙ୍କୁ ମାଗଣା ଡାଟା ମଧ୍ୟ ପ୍ରଦାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.