କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଏସିଆ କପ୍ ଓ ବିଶ୍ଵକପ୍
9/06/2023 at 4:38 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖବର। ଆଗାମୀ ଏସିଆ କପ୍ ଏବଂ ଆଇସିସି ବିଶ୍ଵ କପ୍ ଦର୍ଶକ ମାଗଣାରେ ଦେଖି ପାରିବେ ବୋଲି ଘୋଷଣା କରିଛି ଡିଜନୀ ପ୍ଲସ୍ ହଟ୍ଷ୍ଟାର। ମୋବାଇଲ୍ରେ ମ୍ୟାଚ୍ ଦେଖୁଥିବା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଖୁସିର ଖବର।
ଡିଜନୀ ପ୍ଲସ୍ ହଟ୍ଷ୍ଟାର ପୂରା ଦେଶରେ ଥିବା ନିଜର ମୋବାଇଲ ୟୁଜର୍ସଙ୍କୁ ବଡ଼ ଉପହାର ଦେବାକୁ ନିଷ୍ପତ୍ତି ନେଇଛି। ଏହାରି ଆଧାରରେ ମୋବାଇଲ୍ ୟୁଜର୍ସ ଡିଜନୀ ପ୍ଲସ୍ ହଟଷ୍ଟାରରେ ଏସିଆ କପ୍ ଏବଂ ଆଇସିସି ପୁରୁଷ ବିଶ୍ଵକପ୍ ମାଗଣାରେ ଦେଖି ପାରିବେ। ଉଲ୍ଲେଖଯୋଗ୍ୟ, ଡିଜନୀ ଷ୍ଟାର ନେଟ୍ଓ୍ଵର୍କରେ ଆଇପିଏଲ୍ର ସିଧା ପ୍ରସାରଣକୁ ରେକର୍ଡ ୫୦୫ ମିଲିୟନ ଦର୍ଶକ ଦେଖିଥିଲେ।

କମ୍ପାନୀ ଅନୁଯାୟୀ, ଡିଜନୀ ପ୍ଲସ୍ ହଟଷ୍ଟାର କ୍ରିକେଟ୍ ଖେଳକୁ ସମସ୍ତ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସହଜରେ ପହଞ୍ଚାଇବାକୁ ଦୃଷ୍ଟିରେ ରଖି ଏହି ବଡ଼ ନିଷ୍ପତ୍ତି ନେଇଛି। ଏହା ସହିତ କମ୍ପାନୀ ନିଜର ଆପ୍ ଡିଜନୀ ପ୍ଲସ୍ ହଟ୍ଷ୍ଟାରକୁ ମୋବାଇଲ୍ ଫୋନ ୟୁଜର୍ସଙ୍କ ପାଇଁ ଆହୁରି ସରଳ କରିବାକୁ ନିଷ୍ପତ୍ତି ନେଇଛି, ଯଦ୍ଵାରା ପ୍ରଶଂସକ ସିଧା ପ୍ରସାରଣର ଆନନ୍ଦ ବିନା କୌଣସି ବାଧାବିଗଘ୍ନରେ ଦେଖି ପାରିବେ।
🚨BIG: Disney Hotstar is challenging Mukesh Ambani’s JiO Cinema.
— Neha Nagar (@nehanagarr) June 9, 2023
Disney Hotstar has decided to live stream the AISA Cup 2023 and the ICC World Cup for FREE.
Cricket lovers are having fun in the battle on these OTT platforms.
ସୂଚନାଯୋଗ୍ୟ, ଏସିଆ କପ୍ ୨୦୨୩ର ଆୟୋଜନକୁ ନେଇ ଅଦ୍ୟାବଧି କୌଣସି ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହାର ଆୟୋଜନ ଅଧିକାର ପାକିସ୍ତାନ ହାତରେ ଥିଲେ ହେଁ ଭାରତ ସେଠାରେ ଖେଳିବାକୁ ମନା କରୁଛି। ଏହି କାରଣରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ଯେ, ଏହି ଟୁର୍ଣ୍ଣାମେଣ୍ଟ କେଉଁଠି ଆୟୋଜନ କରାଯିବ। ଏହା ପରେ ଭାରତରେ ଦିନିକିଆ ବିଶ୍ଵକପ୍ର ଆୟୋଜନ ହେବ। ଏଥିରେ ମୋଟ୍ ୧୦ଟି ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।